ବୌଦ୍ଧ,୧୯/୯ -ଆଜି ସକାଳେ ବୌଦ୍ଧ ଡାକ୍ତରଖାନାରେ ସାପ କାମୁଡାରେ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଶୋଇଥିବା ବେଳେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ମଧୁପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହୀଙ୍କ ପତ୍ନୀ ରାଧା ଦେବୀ ପାଣିଗ୍ରାହୀ (32 ବର୍ଷ) ଙ୍କୁ ବିଷଧର ଚିତି ସାପ କାମୁଡି ଦେଇଥିଲା l ଘରେ କିଛି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି l ମୃତ ରାଧା ଦେବୀଙ୍କ ଦୁଇଟି ଛୋଟ ଛୋଟ ପୁଅ ଝିଅ ଅଛନ୍ତି l