ଭୁବନେଶ୍ୱର : ଓଡିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି ।
୧୦ ମୃତକଙ୍କ ମଧ୍ୟରୁ କଟକ, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୩୩୦ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ ଟି ମାମଲା ରହିଛି ।ସେହିପରି ପୁରୀରୁ ୨୯୨ଟି, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, ବରଗଡରୁ ୯୯, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୭୬ଟି, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡାରୁ ୧୫୩, ନୂଆପଡାରୁ ୬୨, ସମ୍ବଲପୁରରୁ ୧୦୭, ବଲାଙ୍ଗୀରରୁ ୭୯ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମରୁ ୫୧, କେନ୍ଦୁଝରରୁ ୧୧୮ ଟି, ନବରଂଗପୁରରୁ ୧୩୩ଟି, କୋରାପୁଟରୁ ୯୪ଟି, ରାୟଗଡାରୁ ୮୫ଟି, ସୋନପୁରରୁ ୨୫ଟି, ଭଦ୍ରକରୁ ୭୪ଟି, ନୟାଗଡରୁ ୫୩ଟି, ସୁନ୍ଦରଗଡରୁ ୧୨୩ଟି, ଢେଙ୍କାନାଳରୁ ୬୭ଟି ମାମଲା ଚିହ୍ନଟ ହୋଇଛି ।
୪୨୭୦ଟି ନୂଆ ମାମଲା ସହ ଓଡିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୭୪୬୯ ଥିବାବେଳେ ୧୪୧୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୯୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୭୬୬୯୭୬ ଟି କରୋନା ପରୀକ୍ଷା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.