ସର୍ବସାଧାରଣ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀ

0 1,314

ବୌଦ୍ଧ : ବୌଦ୍ଧ ତହସିଲ୍ ଦହ୍ୟା ରାଜସ୍ୱ ସର୍କଲ ଅନ୍ତର୍ଗତ ସାନ ଡୁଙ୍ଗୁରିପାଲି ମୌଜାରେ କିଛି ପ୍ରଭାବଶାଳୀ ମୁଷ୍ଟିମେୟ ବ୍ୟକ୍ତି ସର୍ବ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଜମିକୁ ଜବରଦଖଲ କରିଥିବା ହେତୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ୍ନ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରି ଗ୍ରାମର ସ୍ୱାର୍ଥ ଦୃଷ୍ଟିରୁ ଜବରଦଖଲ ଜମିକୁ ତୁରନ୍ତ ଉଚ୍ଛେଦ ପାଇଁ ଦାବୀ କରିଛନ୍ତି । ନିଜର ଜମି ଥାଇ ମଧ୍ୟ ମୌଜା ମଧ୍ୟରେ ଥିବା ଗୋଚର, ଅନାବାଦୀ, ଗ୍ରାମ୍ୟ ଜଂଗଲ ଓ ସଂରକ୍ଷିତ କିସମର ପ୍ରାୟ ୪୦୦ ଏକର ଜମିକୁ କିଛି ଲୋକ ବେଆଇନ୍ ଭାବେ ଜବରଦଖଲ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଗ୍ରାମର ଗାଈ ଗୋରୁ ଓ ଗୃହ ପାଳିତ ପଶୁମାନଙ୍କ ଚାରଣ ଭୂମିର ଘୋର ଅଭାବ ପରିଲକ୍ଷିତ ହେଉଥିବା ଅଭିଯୋଗ ହୁଏ । ରାସ୍ତା ଦେଇ ଚାଷକରି ଯିବାକୁ କିମ୍ବା ନିଜ ଜମିକୁ କେନାଲ ପାଣି ନେବାରେ ଅସୁବିଧା ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀ ତଥା ଗ୍ରାମର ଯୁବ ସ୍ୱେଚ୍ଛାସେବୀ ରଂଜିତ ସାହୁ, ହେମନ୍ତ ମଲିକ, ପୀତବାସ ଦନ୍ତା, ବୈକୁଣ୍ଠ ପାତ୍ର, ବୃନ୍ଦାବନ ଭୋଇ ପ୍ରମୁଖ ଗତ ଶୁକ୍ରବାର ଦିନ ବୌଦ୍ଧ ତହସିଲଦାର୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × three =