ଧାନ ପଂଜିକରଣରୁ ବଞ୍ଚିତ ଚାଷୀ ଏ.ଆର.ସି.ଏସ.ଙ୍କ ଦ୍ୱାରସ୍ଥ

0 1,021

hiring

ବୌଦ୍ଧ/ବlଉଁଶୁଣି,୨୨/୯ – ବୌଦ୍ଧ ବ୍ଲକ୍ ବହିରା ସେବା ସମବାୟ ସମିତିର କର୍ମଚାରୀଙ୍କ ଅବହେଳାରୁ ଚଳିତ ଖରିଫ ଋତୁରେ ଅନେକ ଚାଷୀ ଫର୍ମ ଦାଖଲ କରିଥିବା ସତ୍ବେ ଚାଷୀ ଧାନ ପଂଜିକରଣ ହୋଇନଥିବା ଅଭିଯୋଗ ହୋଇଛି | ଏ ସମ୍ପର୍କରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ ନିକଟରେ ଗତକାଲି ଅଭିଯୋଗ କରିଛନ୍ତି | ଏହା ସହିତ ଖାଦ୍ୟ କମିଶନର, ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖକୁ ମଧ୍ୟ ଅଭିଯୋଗପତ୍ର ପଠାଯାଇଥିବା ଜଣା ପଡିଛି l ଚାଷୀଙ୍କ ଅଭିଯୋଗ ସମ୍ପର୍କରେ ବହିରା ସେବା ସମବାୟ ସମିତିର ସମ୍ପାଦକ ଶଂକର ଦେହୁରୀ କହିଛନ୍ତି ଯେ ସମିତିର କର୍ମଚାରୀ କୌଣସି ଅବହେଳା କରିନାହାନ୍ତି l ବରଂ ଧାନ ପଂଜିକରଣ ପାଇଁ କର୍ମଚାରୀ ମାନେ ଦିନ ରାତି ପରିଶ୍ରମ କରିଛନ୍ତି | ଅନଲାଇନ ପଂଜିକରଣ ବେଳେ ବିଭିନ୍ନ ସମୟରେ ସର୍ଭର ଡାଉନ୍ ରହିବା ତଥା ବିଦ୍ୟୁତ୍ ଓ ନେଟୱlର୍କ ଲଗାତାର ଫେଲ୍ ହେଉଥିବାରୁ ଶେଷ ମୁହୁର୍ତ୍ତରେ କିଛି ଫର୍ମ ଅନଲାଇନ କରାଯାଇ ପାରିନଥିବା ସମ୍ପାଦକ ଶ୍ରୀ ଦେହୁରୀ ସ୍ବୀକାର କରିବା ସହ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀ ମାନଙ୍କୁ ବହୁ ପୂର୍ବରୁ ଜଣାଇ ଥିବା ପ୍ରକାଶ କରିଛନ୍ତି |
ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ପ୍ରମୋଦ କୁମାର୍ ବଘାର୍, ବାସୁଦେବ ବାରିକ, ସୁଦର୍ଶନ ବଘାର୍, ବୈଦ୍ୟନାଥ ମେହେର, ବାଳକୃଷ୍ଣ କନ୍ହର୍, ନିତ୍ୟାନନ୍ଦ ସାହା ପ୍ରମୁଖ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

1 + seventeen =