ବାହ୍ୟ ମଳମୁକ୍ତ ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅଧ୍ୟାପକ

0 204

ଜହ୍ନ।ପଙ୍କ: ବୃତ୍ତିରେ ଅଧ୍ୟାପକ, ନିଶା ତାଙ୍କର ଶିକ୍ଷାଦାନ । କିନ୍ତୁ ତା ବାହାରେ ଖୋଲା ପଡ଼ିଆରେ ମଳତ୍ୟାଗ କରୁଥିବା ଲୋକମାନଙ୍କୁ ସଚେତନ କରାଉଛନ୍ତି । ସେ ହେଉଛନ୍ତି ଜନହାପଙ୍କ ଗନ୍ଧରାଡି ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ । ଅଶୋକ କୁମାର ପାଣ୍ଡିଆ । ସେ ଆଜି ସକାଳେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ପହଞ୍ଚି ପଡିଆର ଚତୁପାଶ୍ୱର୍ରେ ମଳତ୍ୟାଗ କରୁଥିବା ଲୋକମାନଙ୍କୁ ଖୋଲାରେ ମଳ ତ୍ୟାଗ ନକରିବାକୁ ବୁଝାଇଥିଲେ । ଏହା ସହିତ ଶୌଚପରେ ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ସମ୍ପର୍କରେ ବୁଝାଇଥିଲେ । ଏଥିରେ ତାଂକ ସାନପୁଅ ପି.ସୌତମ୍ୟନ୍ଦ୍ର ବୋଧିସତ୍ୱ ହାତ ଧୋଇବା ପ୍ରଣାଳୀକୁ ଅଭ୍ୟାସ କରାଇଥିଲେ ।ଏଥିରେ ପ୍ରାକ୍ତନ ଛାତ୍ର ରାଜେଶ ମେହେର ସହଯୋଗ କରିଥିଲେ ।ଆଗକୁ ପ୍ରତ୍ୟେହ ଏହା ଚାଲୁ ରହିବ ବୋଲି ଶ୍ରୀ ପଣ୍ଡିଆ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × two =