ସମ୍ବଲପୁରରେ ୧୩୧ଜଣ ନୂଆ ପଜିଟିଭ ଚିହ୍ନଟ

0 139

ସମ୍ବଲପୁର,୨୫/୯- ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବେ ପୁଣି ୧୩୧ଜଣଙ୍କୁ ଚିହ୍ନଟ କରାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସମଗ୍ର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୩୫ରେ ପହଞ୍ଚିଛି । ଲଗାତାର ୧୫ଦିନରୁ ଅଧିକ ହେଲାଣି ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଶତାଧିକ ରହି ଆସୁଛି, ଯାହାକି ନିଶ୍ଚିତ ଭାବେ ସମସ୍ତ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଠାରେ ସବୁଆଡେ ଏହା ଚର୍ଚ୍ଚାର ବିଷୟ ହୋଇଥଗଲେ ମଧ୍ୟ ଲୋକଙ୍କ ମନରେ ସେହି ଅନୁରୂପେ ସଚେତନତା ଦେଖା ଯାଉ ନାହିଁ, ଏଣୁ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଅସହାୟ ହୋଇପଡିଛି ଏବେ ମଧ୍ୟ ଦୋକାନ ବଜାର ରେ ଲୋକେ ଗହଳି କରୁଛନ୍ତି, ଯେଉଁଠାରେ ସାମାଜିକ ଦୂରତା ନିୟମ ପ୍ରତି କାହାରି ଖାତିର ନାହିଁ । ଖାଲି ଏତିକି କାହିଁକି, ଅନେକେ ତ ମାସ୍କ ନ ପିନ୍ଧି ଘରୁ ବାହାରକୁ ଯିବାଆସିବା କରୁଛନ୍ତି, ଯଦିଓ ଏଥି ପାଇଁ ପୁଲିସ କଟକଣାରେ କିଛି ଊଣା ରହୁନାହିଁ । ଏହି କ୍ରମରେ ମାସ୍କ ପିନ୍ଧି ନ ଥିବାରୁ ପୁଲିସ କୁ ବିପୁଳ ପରିମାଣରେ ଜୋରିମାନା ଦେବାକୁ ପଡୁଛି, ତଥାପି କିଛି ଅମାନିଆଙ୍କ ଏଥିପ୍ରତି ଆଦୌ ଭୃକ୍ଷେପ ନାହିଁ ।
ଏବିଷୟରେ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ମାସ୍କ ଓ ହେଲମେଟ ଯାଞ୍ଚ ରେ ଜନସାଧାରଣଙ୍କ ଠାରୁ ଜୋରିମାନା ବାବଦରେ ୩.୩୪ଲକ୍ଷ ଟଙ୍କା ଆଦାୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

16 − eleven =