ବୌଦ୍ଧ – ଗତ କିଛି ଦିନ ମଧ୍ୟରେ ହରଭଙ୍ଗା ବ୍ଲକ୍ ତଳଗାଆଁ ଅଂଚଳରେ କିଛି କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି | ପଜିଟିଭ ଚିନ୍ହଟ ହୋଇଥିବା ଆକ୍ରାନ୍ତ ମାନେ ହୋମ୍ କ୍ବାରେଣ୍ଟାଇନରେ ନ ରହି ଏଣେତେଣେ ବୁଲୁଥିବା ଅଭିଯୋଗ କରିଛନ୍ତି କଣ୍ଟିସର୍ ଗ୍ରାମବାସୀ l ତଳଗାଆଁ ଗ୍ରାମର କିଛି କରୋନା ପଜିଟିଭ ଚିନ୍ହଟ ବ୍ୟକ୍ତି ବାଇକ ଧରି କଣ୍ଟିସର୍ ଗ୍ରାମକୁ ଆସୁଥିବା ହେତୁ ଗ୍ରାମବାସୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି l ହୋମ୍ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ମାନେ ଯେମିତି ବାହାରେ ବୁଲାବୁଲି ନକରି ଆଇସୋଲେସନରେ ରହିବେ ସେ ଦିଗରେ ପ୍ରଶାସନ ସୁନିଶ୍ଚିତ କରାଇବାକୁ ଜନସାଧାରଣରେ ଦାବୀ ହେଉଛି l