ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

0 79

ପାରଳାଖେମୁଣ୍ଡି,୨୬/୯- ୧ ବର୍ଷ ବୟସରୁ ୧୯ ବର୍ଷ ବୟସର ପିଲାମାନେ କରୋନା କି କୌଣସି ରୋଗରେ ଯେଭଳି ସଂକ୍ରମିତ ନ ହେବେ , ସେଥିପାଇଁ ସରକାରଙ୍କ ପକ୍ଷରୁ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ-୨୦୨୦ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨୧ ତାରିଖ ଠାରୁ ଆରମ୍ଭ ହୋଇ ଆଜିଯାଏଁ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଛି ।
ଏହି ଜାତୀୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ୭ଟି ବ୍ଲକ ଓ ୧ଟି ପୌରାଅଞ୍ଚଳ ଓ ୧ଟି ବିଜ୍ଞାପିତ ଅଞ୍ଚଳର ମୋଟ ୧୪୦ ଟି ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ଅଞ୍ଚଳରେ ଥିବା ପ୍ରାୟ ୧୪ ହଜାର ଘର ମାନଙ୍କରେ ଥିବା ୧ଲକ୍ଷ ୬୦ ହଜାର ୧ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମିନାଶକ ସିରଫ ଓ ବଟିକା ସେବନ କରିବା ପାଇଁ ଦିଆଯିବାକୁ ଲକ୍ଷଧାର୍ଯ୍ୟ ରଖାଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧ ହଜାର ୩୧୯ ଜଣ ଆଶାକର୍ମୀ , ୨୩୭୫ ଜଣ ଅଙ୍ଗନବାଡି କର୍ମୀ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀ ସାମିଲ ରହି ପ୍ରତ୍ୟେକ ଘରକୁ ଘର ଯାଇ ପିଲା ମାନଙ୍କୁ ଆଲବେଣ୍ଡାଜର ଔଷଧ ଦେଇ ଖାଇବାକୁ କହୁଛନ୍ତି ।ମୁଖ୍ୟତଃ ଭାବେ ଏହି ଆଲବେଣ୍ଡାଜର ଔଷଧର ସିରଫ ଓ ବଟିକା ରହିଛି । ଏହା ୧ରୁ ୨ ବର୍ଷ ବୟସର ପିଲାମାନଙ୍କୁ ସିରଫ ଔଷଧ ୫ ଏମ୍‌ ଏଲ୍‌ , ୨ରୁ ୩ ବର୍ଷ ବୟସର ପିଲାମାନଙ୍କୁ ସିରଫ ଔଷଧ ୧୦-ଏମ୍‌ ଏଲ୍‌ , ୩ରୁ ୫ ବର୍ଷ ବୟସର ପିଲା ମାନଙ୍କୁ ବଟିକା ଗୁଣ୍ଡକରି ଖାଇବାକୁ ଏବଂ ୫ ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ଗୋଟିଏ ଲେଖାଏଁ ବଟିକା ଚୋବାଇ ଖାଇବାକୁ ଦିଆଯାଉଛି ।ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ , ବର୍ତ୍ତମାନ କୋଭିଡ-୧୯ ଚାଲିଥିବା ଯୋଗୁଁ ସମସ୍ତ ନୀତି-ନିୟମକୁ ମାନି ଆଶା , ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ମାନେ ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ସହ ପ୍ରତ୍ୟେକ ଘରକୁ ଘର ବୁଲି ଘରର ପିଲାମାନଙ୍କୁ ସରକାରୀ ନିର୍ଦ୍ଦେଶ ପ୍ରକାରେ ଛୋଟ ପିଲାଙ୍କ ସିରଫ ଓ ବଡ ପିଲାମାନଙ୍କୁ ବଟିକା ଖାଇବାକୁ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ତଦାରଖ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀମାନେ ସୁପରଭିଜନ କରୁଛନ୍ତି । ମୁଖ୍ୟତଃ କୋଭିଡ-୧୯ ସମୟରେ ଏଭଳି କୃମିନାଶକ କାର୍ଯ୍ୟକ୍ରମ ଚାଲୁରହିବା ଗୁରୁତ୍‌ବ ସମ୍ପର୍କରେ ସିଡିଏମଓ-ଡାଃ ପାତ୍ର କହିଛନ୍ତି ଯେ , ମୌସମୀ ପରିବର୍ତ୍ତନ ଘଟିବା ସହ ବାହ୍ୟ ମଳତ୍ୟାଗ ଯେଉଁ ହେଉଛି , ସେଥିଦ୍ୱାରା ୱାର୍ମ ଗୁଡିକ ଆମ ଛୋଟ ପିଲାମାନଙ୍କ ପାଦତଳି ଦେଇ ଶରୀର ଭିତରକୁ ପ୍ରବେଶ କରିବା ଅଧିକା ସମ୍ଭାବନା ରହିଥାଏ । ଶରୀର ଭିତରକୁ ପ୍ରବେଶ କଲେ ତାହା ଶରୀରରେ ରକ୍ତହୀନତା ଦେଖା ଦେବା ସହ ହଜମ ଶକ୍ତି ପ୍ରଭାବିତ ହୋଇଥାଏ , ଭୋକ ହୋଇ ନ ଥାଏ ଓ ମାଲ ନ୍ୟୁଟ୍ରସନ ପ୍ରଭାବିତ ହୋଇଥାଏ । ଏଥିସହିତ ବଦ୍ଧଜାଣି , ଏନିମିଆ ଓ ରକ୍ତହୀନତା ପ୍ରଭୃତି ଦେଖା ଦେଇଥାଏ ।ତେଣୁକରି ଛୋଟ ପିଲାମାନଙ୍କ ଏହି ସବୁ ରୋଗର ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ସରକାର ଏହି ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି । ତେଣୁ କୋଭିଡ-୧୯ ସମୟରେ ଛୋଟ ପିଲାମାନଙ୍କୁ ଏହି କୃମିନାଶକ ସିରଫ ଓ ବଟିକା ଖାଇବାକୁ ଦେବା ଅତ୍ୟନ୍ତ ଜରୁରୀ , କାରଣଏହି ସମୟରେ ଛୋଟ ପିଲାମାନେ ସୁସ୍ଥ ରହିଲେ ହିଁ ସେମାନଙ୍କୁ ରୋଗ ସଂକ୍ରମଣ ହେବା ସମ୍ଭାବନା କାମ ରହିଥାଏ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

7 + 7 =