ଦୁର୍ଘଟଣାରେ ମୃତ ଯୁବକଙ୍କ ଶବ ରଖି ଜାତୀୟ ରାଜପଥ ଅବରୋଧ

0 5,037

ବୌଦ୍ଧ,୨୬/୯- ଗତକାଲି ଅପରାନ୍ହରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ଥାନା ଗଜରାଜପୁର୍ ନିକଟରେ ଗୋଟିଏ ସ୍କୋର୍ପିଓ ଧକ୍କାରେ ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତ କଣ୍ଠl ଗ୍ରାମର ସୁନୀଲ ସାହୁ (25)ଗୁରୁତର ଆହତ ହୋଇଥିଲେ l ରାତି ପ୍ରାୟ 10 ଘଣ୍ଟା ସମୟରେ ବୁର୍ଲା ଡାକ୍ତରଖାନାରେ ତାଙ୍କର ମ୍ରୁତ୍ୟୁ ହୋଇଥିଲା | ଆଜି ଅପରାନ୍ହ ପ୍ରାୟ ଘ.2. 30 ମିନିଟ ସମୟରେ ତାଙ୍କର ମୃତ ଦେହ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟିଥିବା କଣ୍ଠl ଛକ ନିକଟରେ ଶବ ରଖି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି |
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ସାଇକେଲରେ ଆସୁଥିବା ସୁନୀଲକୁ ଭୁବନେଶ୍ବରରୁ ଭବାନୀପାଟନା ଯାଉଥିବା ସ୍କୋର୍ପିଓ ଓ.ଡି. 08 0009 ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା l ଗୁରୁତର ଆହତ ସୁନୀଲଙ୍କୁ ପ୍ରଥମେ ବlଉଁଶୁଣି, ସେଠାରୁ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା l ଦୁର୍ଘଟଣା ଘଟାଇଥିବା ସ୍କୋର୍ପିଓକୁ ବlଉଁଶୁଣି ପୋଲିସ୍ ଜବତ୍ କରି ଥାନାକୁ ନେଇଥିଲା l ଦୁର୍ଘଟଣାରେ ମ୍ରୁତ୍ୟୁ ବରଣ କରିଥିବା ସୁନୀଲର ଶବ ପହଞ୍ଚିବା ପରେ ଆଜି ଅପରାନ୍ହ ଘ. 2. 30 ମିନିଟ ସମୟରୁ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି | ବlଉଁଶୁଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ରାସ୍ତା ଅବରୋଧ ହଟାଇବା ପାଇଁ ବୁଝାଶୁଝା କରାଉଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ପୋଲିସର କଥାକୁ ଖାତିର କରୁନଥିବା ଦେଖିବାକୁ ମିଳିଛି l ଦୁଇ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି l ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି |

hiranchal ad1
Leave A Reply

Your email address will not be published.

14 + thirteen =