ସମ୍ବଲପୁରର ସ୍ଥିତି ଗୋଷ୍ଠୀ ସଂକ୍ରମଣ ଆଡ଼କୁ: ନୂଆ ପଜିଟିଭ ରୂପେ ଆଜି ପୁଣି ୧୧୭ଜଣ ଚିହ୍ନଟ

0 80

ସମ୍ବଲପୁର,୨୭/୯- ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ ପୁଣି ନୂଆ ୧୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନକୁ ବାଦ ଦେଇ ବିଗତ ୧୫ଦିନ ହେଲା ଦୈନିକ ଶତାଧିକ ନୂଆ ପଜିଟିଭ ଚିହ୍ନଟ ହେଇ ଆସୁଛନ୍ତି । କିଛି ଲୋକ ଙ୍କ ମତରେ ଏଠାକାର ସ୍ଥିତି ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରୁଛି । ସ୍ଥିତି ଏତେ ସଙ୍ଗୀନ ଥାଇ ମଧ୍ୟ କିଛି ଲୋକଙ୍କ ଏଥିପ୍ରତି ଆଦୌ ଭୃକ୍ଷେପ ନଥିଲା ପରି ଜଣାପଡୁଛି । ଦୋକାନ ବଜାର ପୂରାପୂରି ଖୋଲା ରହୁଥିବାରୁ ଜନଗହଳି ବଢିଚାଲିଛି ଓ ସେଠାରେ ସାମାଜିକ ଦୂରତା ନିୟମ କେହି ମାନୁନାହାନ୍ତି । ଏପରିକି ଅନେକ ଲୋକ ତ ମାସ୍କ ନପିନ୍ଧି ସବୁଆଡେ ବୁଲାବୁଲି କରୁଥିବା ଦେଖାଯାଉଛି । କଟକଣାକୁ ଅବହେଳା ଅଭିଯୋଗରେ ପୁଲିସ ନାକା ଲଗେଇ ଜୋରିମାନା ଅସୁଲ କରିବାରେ ଲାଗିଛି ଓ ଲୋକେ ମୋଟା ଅଙ୍କରେ ଜୋରିମାନା ଦେଇ ମଧ୍ୟ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଏହି ପରିପ୍ରେକ୍ଷୀରେ ସମୁଦାୟ ୩.୧୦ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ସମ୍ବଲପୁର ଜିଲ୍ଲାର ଏପର୍ଯ୍ୟନ୍ତ ସ୍ଥିତି ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଆଜିକାର ଚିହ୍ନଟ ସଂଖ୍ୟାକୁ ମିଶାଇ ସମୁଦାୟ ଆକ୍ରା ଙ୍କ ସଂଖ୍ୟା ୫୬୩୩ ହୋଇଛି । ଏମାନଙ୍କ ମଧ୍ୟରୁ ୪୫୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ୨୨ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୦୯୭ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ମୃତକ ସଂଖ୍ୟାକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରୁନାହିଁ । ଘରୋଇ ସୂତ୍ର ଅନୁସାରେ ଏହିସଂଖ୍ୟା ବର୍ତ୍ତମାନ ଦୁଇଶହ ଉପରକୁ ଗଲାଣି, କିନ୍ତୁ ସରକାର ବିଗତ ତିନି ଦିନ ହେଲା ୨୨ରେ ଅଟକି ରହିଛନ୍ତି, ଯଦିଓ କରୋନା ଯୋଗୁଁ ଦୈନିକ ମୃତ୍ୟୁହାର ୭ରୁ ୮ ରହୁଛି ।

hiranchal ad1
Leave A Reply

Your email address will not be published.

one × five =