ରାଜ୍ୟରେ ପୁଣି ୩୬୧୫ କରୋନା ପଜିଟିଭ ଚିହ୍ନଟ

0 115

ଭୁବନେଶ୍ୱର: ଆଜି ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଓ ସ୍ଥାନୀୟ ଅଂଚଳରୁ ୧୪୯୭ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୮୮, ବାଲେଶ୍ୱରରୁ ୯୬, ବରଗଡରୁ ୮୬, ଭଦ୍ରକରୁ ୬୧, ବଲାଙ୍ଗୀରରୁ ୮୧, ବୌଦ୍ଧରୁ ୨୦, କଟକରୁ ୩୭୧, ଦେବଗଡରୁ ୧୨, ଢେଙ୍କାନାଳରୁ ୬୦, ଗଜପତିରୁ ୨୯, ଗଞ୍ଜାମରୁ ୪୨, ଜଗତ୍‌ସିଂହପୁରରୁ ୮୩, ଯାଜପୁରରୁ ୧୪୪, ଝାରସୁଗୁଡାରୁ ୧୦୬, କଳାହାଣ୍ଡିରୁ ୧୦୬, କନ୍ଧମାଳରୁ ୫୯, କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୧୦୯, କୋରାପୁଟରୁ ୪୭, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୧୨୩, ନବରଙ୍ଗପୁରରୁ ୫୭, ନୟାଗଡରୁ ୬୪, ନୂଆପଡାରୁ ୬୬, ପୁରୀରୁ ୧୯୭, ରାୟଗଡାରୁ ୩୯, ସମ୍ବଲପୁରରୁ ୭୩, ସୋନପୁରରୁ ୭୦, ସୁନ୍ଦରଗଡରୁ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ଷ୍ଟେଟ୍ ପୁଲରୁ୨୪୦ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧ ଲକ୍ଷ ୮୫ ହଜାର ୭୦୦ ଓ ଏବେ ରାଜ୍ୟରେ ୩୬ ହଜାର ୧୨୨ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି ।

hiranchal ad1
Leave A Reply

Your email address will not be published.

eleven − seven =