ବୌଦ୍ଧ / ବାଉଁଶୁଣି – ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପଙ୍କଜିନୀ ନାଏକ ସେସବୁ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ମାଳୀପଡା ଓ ବାଉଁଶୁଣି ଛକଠାରୁ ଗୁନ୍ଦୁଲିଆ ରାସ୍ତାରେ ଜଣେ ଲେଖାଏଁ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ସୂଚନା ପାଇବା ପରେ ଉଭୟ ଅଞ୍ଚଳ ଓ ତତସଂଲଗ୍ନ ୫୦୦ ମିଟର୍ ପରିଧିକୁ ଆସନ୍ତା ୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଉକ୍ତ ଅଂଚଳର ଜନସାଧାରଣ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବା ପାଇଁ କିମ୍ବା ଅଧିକ ଲୋକ ଏକତ୍ର ନ ହେବା ପାଇଁ କଟକଣା ଲଗାଯାଇଛି । ଏ ଅଂଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିବ ।
କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଥିବା କେତେକ ଅମାନିଆ ଆଜି ଦୋକାନ ଖୋଲିଥିବା ଯୋଗୁଁ ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିଷିଦ୍ଧାଞ୍ଚଳର ସବୁ ଦୋକାନ ବନ୍ଦ ରଖିବାକୁ ପଂଚାୟତ ନିର୍ବାହି ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନ ଆଜି ଦୋକାନୀ ମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା । ଅମାନିଆ ଲୋକଙ୍କ ନାମରେ କୋଭିଡ ଆଇନ ଉଲ୍ଲଙ୍ଘନ ମାମଲା ପୋଲିସ ଓ ପ୍ରଶାସନ ରୁଜୁ କରିବା ଆବଶ୍ୟକ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି ।
Sign in
Sign in
Recover your password.
A password will be e-mailed to you.
Next Post