୨୩ ଗୋଟି ସମବାୟ ସମିତିକୁ ଗଲା ୬୬୫୦ ବସ୍ତା ୟୁରିଆ ସାର

0 737

ବୌଦ୍ଧ,୩/୧୦- ସାର ପାଇଁ ଜିଲ୍ଲାର ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ବୌଦ୍ଧଜିଲ୍ଲାକୁ ଆସିଥିବା ୬୬୫୦ ବସ୍ତା ସାର ୨୩ ଗୋଟି ସମବାୟ ସମିତିକୁ ଗତ ୨୯ ତାରିଖ ଦିନ ଆବଣ୍ଟନ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକକୁ ୩୧୮୦ ବସ୍ତା, ହରଭଙ୍ଗା ବ୍ଲକକୁ ୨୧୪୦ ବସ୍ତା ଓ କଂଟାମାଳ ବ୍ଲକକୁ ୧୩୩୦ ବସ୍ତା ୟୁରିଆ ସାର ଯୋଗାଣ କରାଯାଇଛି । ସେଥିମଧ୍ୟରୁ ଆମ୍ବଝରୀକୁ ୧୦୦ ବସ୍ତା, ବଢିଗାଁକୁ ୫୦୦ ବସ୍ତା, ବଘିଆପଡାକୁ ୪୦୦ ବସ୍ତା, ବାଉଁଶୁଣିକୁ ୩୧୫ ବସ୍ତା, ଖୁଣ୍ଟବନ୍ଧକୁ ୫୦୦ ବସ୍ତା, ତେଲିବନ୍ଧକୁ ୩୧୫ ବସ୍ତା, ବୌଦ୍ଧ ଏନଏସିକୁ ୫୦୦ ବସ୍ତା, ଶଗଡାକୁ ୨୦୦ ବସ୍ତା, ମୁଣ୍ଡାପଡାକୁ ୨୫୦ ବସ୍ତା, ରକସାକୁ ୧୦୦ ବସ୍ତା, ଆଡେନିଗଡକୁ ୧୦୦ ବସ୍ତା, ବାମଣ୍ଡାକୁ ୫୦୦ ବସ୍ତା, ବାଣୀଭୁଷଣପୁରକୁ ୧୮୦ ବସ୍ତା, କୁଶଙ୍ଗକୁ ୧୦୦ ବସ୍ତା, ଲୁଣିବାହାଲକୁ ୧୦୦ ବସ୍ତା, ମଥୁରାକୁ ୩୦୦ ବସ୍ତା, ପୁରୁଣାକଟକକୁ ୨୦୦ ବସ୍ତା, ସରସରାକୁ ୫୦୦ ବସ୍ତା, ତିଲେଶ୍ୱରକୁ ୧୬୦ ବସ୍ତା, କଣ୍ଟାମାଳକୁ ୩୧୫ ବସ୍ତା, କୁଲୁତାଜୋରକୁ ୩୧୫ ବସ୍ତା, ଲମ୍ବସରୀକୁ ୨୦୦ ବସ୍ତା, ଶୁଣ୍ଢିପଦରକୁ ୫୦୦ ବସ୍ତା ୟୁରିଆ ସାର ଚାଷୀଙ୍କୁ ସରକାରୀ ଦରରେ ବିକ୍ରୟପାଇଁ ଦିଆଯାଇଥିବା ଜଣାପଡିଛି । ସାରର ବ୍ୟାପକ କଳାବଜାର ଯୋଗୁଁ ଚାଷୀମାନେ ଚଳିତବର୍ଷ ୬୦୦ ଟଙ୍କାରୁ ଉର୍ଦ୍ଧ୍ୱ ଦରରେ ସାର କିଣିଥିବାବେଳେ ଡେରିରେ ହେଲେ ମଧ୍ୟ ପ୍ରଶାସନ ୬୬୫୦ ବସ୍ତା ସାର ଯୋଗାଇ ପାରିଥିବାରୁ କୃଷକ ଉପକୃତ ହେବେ ବୋଲି ଆଶା କରାଯାଏ ।

hiranchal ad1
Leave A Reply

Your email address will not be published.

four − 1 =