ବିରଳ ଧଳା ପେଚା ଉଦ୍ଧାର

0 1,770

ବୌଦ୍ଧ / ଜନ୍ହାପଙ୍କ,୪/୧୦ – ଦିନକୁ ଦିନ ଅନେକ ବିରଳ ପ୍ରଜାତିର ପଶୁ ପକ୍ଷୀ ଲୁପ୍ତ ହେବାକୁ ବସିଲେଣି l ଗତକାଲି ସକାଳେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରକଟା ଗ୍ରାମରେ ଗୋଟିଏ ବିରଳ ପ୍ରଜାତିର ଧଳା ପେଚା ଦେଖିବାକୁ ମିଳିଥିଲା l ରାତିରେ ଖାଦ୍ୟ ସନ୍ଧାନରେ ଆସି କୌଣସି କାରଣରୁ ଜଣେ ବ୍ୟକ୍ତିଙ୍କ ଘରେ ସକାଳ ପର୍ଯ୍ୟନ୍ତ ରହି ଯାଇଥିଲା l ହିନ୍ଦୁ ଧର୍ମ ଅନୁଯାୟୀ ପେଚାକୁ ମା ଲକ୍ଷ୍ମୀଙ୍କ ବାହାନ ଭାବରେ ବିବେଚନା କରାଯାଇଥାଏ l ସେଥିପାଇଁ ଲୋକଙ୍କ ମନରେ ପେଚାକୁ ଦେଖିବାକୁ ଉତ୍ସୁକତା ପ୍ରକାଶ ପାଇଥିଲା l ସନ୍ଧ୍ୟା ହେବାପରେ ଗତକାଲି ପେଚାକୁ ଛାଡି ଦେଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

2 × 5 =