ସମ୍ବଲପୁର ଜିଲ୍ଲାରେ ପୁଣି ୧୦୬ ନୂଆ ପଜିଟିଭ ଚିହ୍ନଟ

0 72

ସମ୍ବଲପୁର:ଶତଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଦୈନିକ ଚିହ୍ନଟହାର ଶହେ ଉପରେ ରହୁ ଥିବାରୁ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ଚିନ୍ତା ବଢିଚାଲିଛି । ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୦୬ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏମାନଙ୍କୁ ମିଶାଇ ଜିଲ୍ଲା ରେ ଏପର୍ଯ୍ୟନ୍ତ ପଜିଟିଭ ଚିହ୍ନଟ ଙ୍କ ସମୁଦାୟ ସଂଖ୍ୟା ୬୫୧୭ ରେ ପହଞ୍ଚିଛି । ସ୍ଥିତି ଏପରି ବିପନ୍ନ ସତ୍ତ୍ୱେ ଆକ୍ରାନ୍ତ ଙ୍କ ସୁସ୍ଥ ହାରରେ କ୍ରମଶଃ ଉନ୍ନତି ଏକମାତ୍ର ସାନ୍ତ୍ୱନା ବୋଲି କହିବାକୁ ପଡିବ । ବର୍ତ୍ତମାନ ଏହି ସୁସ୍ଥହାର ୮୨.୫ ପ୍ରତିଶତରୁ ଅଧିକ ରହିଛି ବୋଲି ଜଣାପଡିଛି ଓ ମାତ୍ର ୧୭.୧୭ ପ୍ରତିଶତ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୨୮୭ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ୨୩ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ସକ୍ରିୟ ୧୨୦୭ ଜଣଙ୍କ ବିଭିନ୍ନ କୋଭିଡ କେନ୍ଦ୍ର ରେ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ୧୩୦ଜଣ, କୋଭିଡ କେୟାର କେନ୍ଦ୍ର ରେ ୧୮୮ ଜଣ, କୋଭିଡ କେୟାର ହୋମରେ ୧୦ ଜଣ ଓ ହୋମ ଆଇସୋଲେଶନରେ ରହି ପ୍ରାୟ ୭୭୦ ଜଣ ଚିକିତ୍ସିତ ହେଉଛନ୍ତି । କରୋନା ଯୋଗୁଁ ମୃତକ ଙ୍କ ସଂଖ୍ୟାକୁ ନେଇ ଏପର୍ଯ୍ୟନ୍ତ ସ୍ଥିତିରେ ସ୍ପଷ୍ଟତା ଆସି ପାରୁନାହିଁ । ବିଗତ ୨୪ ଘଣ୍ଟା ମଧ୍ୟରେ ଜଣକ ମୃତ୍ୟୁ ସହିତ ମୃତକ ଙ୍କ ମୋଟ ସଂଖ୍ୟା ୨୩ ହୋଇଛି ବୋଲି ପ୍ରଶାସନିକ ସୂତ୍ରରୁ ପ୍ରକାଶ, ଯାହାକି ଜନସାଧାରଣ ଗ୍ରହଣ କରି ପାରୁନାହାନ୍ତି । ଏକ ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ସଂଖ୍ୟା୨୦୦ରୁ ଅଧିକ ରହିଛି, କିନ୍ତୁ ପ୍ରଶାସନ ପାଇଁ ଏହା ସ୍ୱୀକାର୍ଯ୍ୟ ହେଉନାହିଁ ।

hiranchal ad1
Leave A Reply

Your email address will not be published.

2 × five =