ସାର ଦୁର୍ନୀତିରେ ନିଲମ୍ବିତ ସମ୍ପାଦକଙ୍କୁ ବହିଷ୍କାର ଦାବୀ

0 1,654

hiring

ବୌଦ୍ଧ / ବାଉଁଶୁଣି,୬/୧୦ – ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାର ଦୁର୍ନୀତିରେ ସମ୍ପୃକ୍ତ ହୋଇ ନିଲମ୍ବିତ ହୋଇଥିବା ମୁଣ୍ଡି ପଦର ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ବହିଷ୍କାର ଦାବୀ କରି ସେ ଅଂଚଳର ଚାଷୀ ମାନେ ଗତକାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି l ଚାଷୀ ମାନେ କରିଥିବା ଅଭିଯୋଗ ଅନୁଯାୟୀ ମୁଣ୍ଡିପଦର ସେବା ସମବାୟ ସମିତିକୁ ଚଳିତ ବର୍ଷ ପ୍ରାୟ 5500 ବସ୍ତା ସାର ଚାଷୀଙ୍କୁ ବିକ୍ରୀ ପାଇଁ ସବସିଡି ଦରରେ ସରକାର ଦେଇଥିଲେ | ମୁଣ୍ଡି ପଦର ସମିତି ସମ୍ପାଦକ ଚଞ୍ଚକତା କରି ସେତେ ପରିମାଣର ଜମି ନ ଥାଇ ମଧ୍ୟ କିଛି ଲୋକଙ୍କୁ 50 ବସ୍ତାରୁ ଅଧିକ ଲେଖାଏଁ ସାର ଦେଇଥିଲେ | ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ସମବାୟ ସମିତିର ସହକାରୀ ନିବନ୍ଧକ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ ଓ ସେହି ଆଧାରରେ ସମ୍ପାଦକ ନିଲମ୍ବିତ ହୋଇଛନ୍ତି |
ମୁଣ୍ଡି ପଦର ସମିତି ଅଂଚଳର ଚାଷୀ ମାନେ ଜିଲ୍ଲାପାଳଙ୍କୁ କରିଥିବା ଦାବୀ ମଧ୍ୟରେ ମୁଣ୍ଡି ପଦର ସମ୍ପାଦକଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବା, ତାଙ୍କୁ ତୁରନ୍ତ ବହିଷ୍କାର କରିବା ଆଦି ରହିଛି | ସେହିପରି ସମ୍ପାଦକ କାହା ଅନୁମତିରେ ସମିତି ଅଂଚଳ ବାହାରେ ଓ ସମିତି ଠାରୁ 10 କିଲୋମିଟର ଦୂରରେ ଖୁଣ୍ଟବନ୍ଧ ଠାରେ ମୁଣ୍ଡି ପଦର ସମିତିର ସାର ଗୋଦାମ କରିଛନ୍ତି ତାହାର ବିଧିବଦ୍ଧ ତଦନ୍ତ କରିବାକୁ ସମିତିର ସଦସ୍ୟ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି |

hiranchal ad1
Leave A Reply

Your email address will not be published.

3 + eighteen =