ବୌଦ୍ଧ : ଧୀରେ ଧୀରେ କମୁଛି ଆକ୍ରାନ୍ତ ସଂଖ୍ୟା, ଆଜି ୧୩ ଚିହ୍ନଟ

0 1,911

ବୌଦ୍ଧ,୬/୧୦ – ଦିନକୁଦିନ ବୌଦ୍ଧଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାବେଳେ ଚଳିତ ସପ୍ତାହରେ ଏଥିରେ ଟିକିଏ ବ୍ରେକ୍‌ ଲାଗିଛି । ଆଜି ଜିଲ୍ଲାରେ ମୋଟ୍‌ ୧୩ ଜଣ ନୂତନ ଭାବରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୦୫୧ ଜଣ କରୋନା ପଜିଟିଭ ଆଜି ସୁଦ୍ଧା ଚିହ୍ନଟ ହୋଇସାରିଥିବା ଜଣାପଡିଛି । ସେହିପରି ଆଜି ସରକାରୀ ଭାବରେ ଆଉ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଘୋଷଣା କରାଯାଇଛି । ଫଳରେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ଆଜି ଘୋଷିତ ମୃତକ ବୌଦ୍ଧ ସହରର ଓ ତାଙ୍କ ବୟସ ୩୮ ବର୍ଷ ଅଟେ । ସେ ସେପ୍‌ଟେମ୍ବର ୫ ତାରିଖରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୌଦ୍ଧ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଆଜି ଚିହ୍ନଟ ହୋଇଥିବା ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ସରସରା ଗ୍ରାମ ପଂଚାୟତ ମାଉଲିସିଙ୍ଗା ଗ୍ରାମରୁ ୨ ଜଣ, ମୁର୍ଷୁଣ୍ଢି ଗ୍ରାମ ପଂଚାୟତ ଯୋଗୀବେରୁଣୀ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ପୁରୁଣାପାଣି ଗ୍ରାମରୁ ୨ଜଣ ଓ ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମରୁ ୧ ଜଣ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ବୌଦ୍ଧଜିଲ୍ଲା ବାହାରେ କରୋନା ପରୀକ୍ଷା କରାଇ ୩ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 3 =