ବୌଦ୍ଧ,୬/୧୦- କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତର ମଲିକୁଦ ଗ୍ରାମ ରେ କରୋନା ପଜିଟିଭ ଚିନ୍ହଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ବେଲମତୀ ସେଠୀ ମଲିକୁଦ୍ ଗ୍ରାମକୁ ତା 6. 10. 2020 ରିଖ ସକାଳ 10 ଘଣ୍ଟା ଠାରୁ ଆସନ୍ତା ତା 9. 10. 2020 ରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ଉକ୍ତ ସମୟ ମଧ୍ୟରେ ମଲିକୁଦ୍ ଗ୍ରାମରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ | କୌଣସି ଜରୁରୀ କାମ ନ ପଡିଲେ କେହି ଘରୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଏକତ୍ର ନ ହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି |