ବୌଦ୍ଧ,୮/୧୦ – ବୋୖଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଛିଦିନ ଅନ୍ତରରେ ଚାରିଜଣ ଶିକ୍ଷକ ୰ପ୍ରମୋଦ କୁମାର ସାହୁ ଲକ୍ଷ୍ମଣପୁର ପ୍ରା:ବି, ୰ସୁଦର୍ଶନ କହଁର ତଳଗାଁ ଉପ୍ରା ବିଦ୍ୟାଳୟ, ୰ନବୀନ ସେଠୀ ପରଗଳପୁର ପ୍ରା.ବି, ୰ରାଜକିଶୋର ବେହେରା ଉଡୁଗୁଜୁ ପ୍ରା. ବିଦ୍ୟାଳୟ ଙ୍କ କରୋନା ତଥା ଶାରୀରିକ ଅସୁସ୍ଥତା ନେଇ ଆକସ୍ମିକ ଅକାଳ ବିୟୋଗ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ତରଫରୁ ବ୍ଲକ ସଦରମହକୁମା ଠିଡ଼ିକାଯୋର ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଏକ ସ୍ମୁତି ଚାରଣ ସଭା ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଧୃବ ଚରଣ ଘିବେଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ସଭାରେ ଏ. ବି. ଇ. ଓ. ଦେବରାଜ ପ୍ରଧାନ, କମଳକାନ୍ତ ଦଳ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୂର ସେଠୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ଅର୍ଜୁନ ଗଡ଼ନାୟକ ସହକାରୀ ଯନ୍ତ୍ରୀ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଦିବଂଗତ ଶିକ୍ଷକ ମାନଙ୍କ ତୈଳ ଚିତ୍ର ରେ ଧୂପଦୀପ, ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ। ଶେଷରେ ଶିକ୍ଷକ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଛତରଙ୍ଗ କ୍ଲଷ୍ଟସ୍ତରରେ ଅନୁରୂପ ସ୍ମୁତିଚାରଣ ସଭା ଛତରଙ୍ଗ ଉପ୍ରା ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ମହେଶ ସେଠୀ,ଜିଲ୍ଲା ସମ୍ପାଦକ , ଅଜୟ ମିଶ୍ର,ବ୍ଲକ ସଭାପତି , ପ୍ରସନ୍ନ ଭୋକ୍ତା CRCC, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀନିବାସ କହଁର , ସୁଧାକର ଜେଠୀ, ସତ୍ୟବାଦି ରାଉତ, କୈଳାସ ବେହେରା, ସି. ଆର. ସି. ସି. ଫୁଲଚନ ନାୟକ, ସତ୍ୟନାୟକ, ସୁବାସଚନ୍ଦ୍ର ବିଶି, ସଞ୍ଜୟ ଦେହୁରୀ ସଭାପତି ଏକ୍ସକ୍ୟାଡ଼ର ବ୍ଲକ ସଂଘ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
କଳାକାର ଙ୍କୁ କରୋନା ସହାୟତା ଓ ସ୍ଥାୟୀ ସଂସ୍କୃତି ଅଧିକାରୀ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର
Next Post