ସମ୍ବଲପୁର ଜିଲ୍ଲାର ସ୍ଥିତିରେ ନିରନ୍ତର ଅବନତି: ଆଜି ପୁଣି ନୂଆ ୧୦୭ଜଣ ପଜିଟିଭ ଚିହ୍ନଟ

0 102

ସମ୍ବଲପୁର : ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ନିରନ୍ତର ୧୦୦ ରୁ ଊର୍ଦ୍ଧ୍ୱ ରହୁଥିବାରୁ ସମ୍ବଲପୁର ଜିଲ୍ଲାର ସ୍ଥିତି ଧିରେ ଧିରେ ଅବନତି ଆଡକୁ ଗତି କରୁଛି । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ନୂଆ ପଜିଟିଭ ରୂପେ ୧୦୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୭୧ରେ ପହଞ୍ଚିଛି, ଏଥିରୁ ୫୭୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହିତ ୨୪ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୨୨୦ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ଏହି ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ୧୩୦, ବୁର୍ଲା କୋଭିଡ କେୟାର ସେଣ୍ଟରରେ ୧୫୨, କୋଭିଡ କେୟାର ହୋମରେ ୨୦ ଓ ବିଭିନ୍ନ ହୋମ ଆଇସୋଲେଶନ ରେ ୮୦୦ରୁ ଅଧିକ ରହିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ହୋଇଛି ଯେ ବିଗତ ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ରେ କରୋନା ଯୋଗୁଁ ୬ଜଣଙ୍କ ମୃତ୍ୟୁ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ ମୃତକ ଙ୍କ ସୂଚିରେ କେହି ଜଣେକୁ ମଧ୍ୟ ସାମିଲ କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

four × three =