ବୌଦ୍ଧ,୧୦/୧୦ – ଆଜି ବୌଦ୍ଧସହର ଏନ.ଏ. ସି. ଛକ ଠାରେ ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ମାସ୍କ ବଣ୍ଟନ ଓ ସାନିଟାଇଜର ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ର ଓ ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସପ୍ତାହ ବ୍ୟାପି ଉକ୍ତ କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରାଯିବ । ଆଜିର କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ୍ ଚେୟାରମେନ ବିଶ୍ୱଜିତ ମିଶ୍ର, ବରିଷ୍ଠ ବିଜେଡି ନେତା ଅଶୋକ ସାହୁ, ଯୁବ ନେତା ସଂଗ୍ରାମ କେଶରୀ ମଲ୍ଲିକ, ତୋଫାନ ପରିଡ଼ା, କୈଳାଶ ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ ।