ସମ୍ବଲପୁର,୧୦/୧୦- ସାମ୍ପ୍ରତିକ ପରିସ୍ଥିତିରେ ଅମ୍ଳଜାନ ସିଲିଣ୍ଡରର ନିତାନ୍ତ ଅଭାବକୁ ଅନୁଭବ କରି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ପୁରାତନ ଛାତ୍ରସଂଘ (୧୯୮୩ ବ୍ୟାଚ), ତରଫରୁ ପାଞ୍ଚଟି ଅକ୍ସିଜେନ ସିଲିଣ୍ଡର, ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗକୁ ପ୍ରଦାନ କରାଯାଇଛି । ଦିଗମ୍ବତ ଶିକ୍ଷକ ତଥା ସହପାଠୀଙ୍କ ସ୍ମୃତିକୁ ସ୍ମରଣ କରି ଏହା ପ୍ରଦାନ କଲାବେଳେ ସଂଘ ପକ୍ଷରୁ ସର୍ବଶ୍ରୀ ଜୟପ୍ରକାଶ ତ୍ରିପାଠୀ, ରଂଜିତ ସାହୁ, ପ୍ରଶାନ୍ତ ପ୍ରଧାନ, ଚିନ୍ମୟ ଭୋଇ, ସଦାନନ୍ଦ ପଣ୍ଡା, ଶୈଳେନ୍ଦ୍ର ଶତପଥି, ବିକାଶ ଶତପଥି ଓ ଜଗଦୀଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲାବେଳେ, ଉତ୍ସର୍ଗ ପକ୍ଷରୁ ସର୍ବଶ୍ରୀ ସୁଧୀର ପୂଜାରୀ, ପ୍ରଶାନ୍ତ ପାଟ୍ଟଯୋଶୀ, ସରୋଜ ଦାଶ, ପ୍ରବୀଣ ଦୀକ୍ଷିତ ଓ ନିରଞ୍ଜନ ଦାଶ ପ୍ରମୁଖ ଏହାକୁ ଗ୍ରହଣ କରିଥିଲେ । ସର୍ବତ୍ର କୋଭିଡ ରୋଗୀଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ସେମାନଙ୍କ ଚିକିତ୍ସା ପାଇଁ ଅନେକାଂଶରେ ଅକ୍ସିଜେନର ଆବଶ୍ୟକ ପଡୁଥିବା ଓ ତଦାନୁସାରେ ଅକ୍ସିଜେନ ସିଲିଣ୍ଡର ପ୍ରାୟ ଉପଲବ୍ଧ ହେଉନାହିଁ । ଏଣୁ ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଏହାର ଚାହିଦା ବଢିଯାଇଛି, ଏହାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଜରିଆରେ ଜନସାଧାରଣଙ୍କ ବ୍ୟବହାର ପାଇଁ ଏହା ଉପଲବ୍ଧ କରାଯାଇଛି ବୋଲି ପୁରାତନ ଛାତ୍ରସଂଘ ପକ୍ଷରୁ କୁହାଯାଇଛି ।