ଲିଭର ଖରାପ ଯୋଗୁଁ ପେଟ ଫୁଲୁଛି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0 225

ଦାରିଙ୍ଗବାଡ଼ି: ତିନି ମାସ ହେବ ଖଟିଆରେ ପଡିରହି ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରିପୁନ ପ୍ରଧାନ । ପାଖରେ ଟଙ୍କାର ଅଭାବ ରହିଥିବା ହେତୁ ନିଜ ଭାଗ୍ୟ କୁ ଆଦରି ମରଣ ସହ ସଂଘର୍ଷ କରୁଛନ୍ତି । ଲିଭର ଖରାପ ହୋଇଥିବା ଯୋଗୁଁ ପେଟ ଫୁଲି ଯାଇଥିବା ବେଳେ ହାତଗୋଡ଼ ସୁଖୀ ଯାଇ ହାଡ଼କଙ୍କାଳ ଦେଖାଗଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଂଚାୟତ ଅନ୍ତର୍ଗତ ନାହୁଡ଼ିସରୁ ଗ୍ରାମର ରିପୁନ ଙ୍କ ପକ୍ଷରେ । ରିପୁନ ଙ୍କ ପରିବାରରେ ୫ ଜଣ ସଦସ୍ୟ ହୋଇଥିବା ବେଳେ ରିପୁନ ଜଣେ ମାତ୍ର ପରିବାର ପ୍ରତିପୋଷଣ କରୁଥିଲେ ହେଲେ ରିପୁନ ଙ୍କ ସ୍ୱାସ୍ତ୍ୟ ଅବସ୍ଥା ଗୁରୁତର ହେବାରୁ ସ୍ତ୍ରୀ ରଞ୍ଜିତା ଏବେ ଦିନ ମଜୁରୀ ଭାବେ କାମ ଯାଇ ତିନି ପିଲା ଓ ରୋଗଗ୍ରସ୍ଥ ସ୍ୱାମୀକୁ ପ୍ରତିପୋଷଣ କରୁଛନ୍ତି । ରିପୁନ ଅନ୍ୟ କାହାରି ସାହାରା ନହେଲେ ଜଣେ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଇ ପାରୁନଥିବା ଦେଖିବାକୁ ମିଳିଛି । ରଞ୍ଜିତା ସ୍ୱାମୀର ସେବା କରୁଥିବାରୁ ଅନେକ ସମୟ କାମ ଯାଇପାରନ୍ତି ନାହିଁ । ଯେଉଁଦିନ କାମ ଯାଇନପାରନ୍ତି ସେଦିନ ପରିବାର ଚଳାଇବା ବଡ଼ କଷ୍ଟସାଧ୍ୟ ହୋଇଯାଏ । ଏପରିକି କିଛି ଦିନ ଗୋଟିଏ ଓଳି ଖାଇଲେ ଆର ଓଳି ଭୋକରେ ମଧ୍ୟ ରହନ୍ତି ପରିବାର । ରିପୁନ ଦୀର୍ଘ ତିନି ମାସ ହବ ଲିଭର ରୋଗରେ ପୀଡିତ ହୋଇଥିବା ବେଳେ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତାପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ନିଜର ଚିକିତ୍ସା କରିଥିଲେ । ହେଲେ ଭଲ ନହେବାରୁ କଟକ ବଡ଼ ମେଡିକାଲ କୁ ଯାଇ ଚିକିସ୍ତିତ ହେଉଥିଲେ । ପାଖରେ ଯେତେକ ଟଙ୍କାଥିଲା ସରିଯିବାରୁ ଟଙ୍କା ଅଭାବରୁ ଘରକୁ ଫେରିଆସିଥିଲେ । ଏପରିକି ରିପୁନ ଙ୍କ ପାଇଁ ଘରେ ଯାହା ଥିଲା ତାକୁ ବିକ୍ରୟ କରି ଚିକିସ୍ତିତ କରିଥିଲେ ତାଙ୍କ ପତ୍ନୀ । ଏବେ ସର୍ବସ୍ବ ସରିଯିବାରୁ ନିଜ ଭାଗ୍ୟ କୁ ଆଦରି ଘରେ ପଡି ରହିଛନ୍ତି ରିପୁନ । ଯଦି ସରକାରୀ ସହାୟତା ମିଳିପାରିଥାନ୍ତା ତାହାହେଲେ ରିପୁନ ପୁଣି ସୁସ୍ଥ ହୋଇ ନିଜ ପରିବାର କୁ ପ୍ରତିପୋଷଣରେ ସକ୍ଷମ ହୋଇ ପାରିଥାନ୍ତେ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସହାୟତାର ହାତ ବଢ଼ାଇବାକୁ ଅଂଚଳବାସୀ ସମେତ ରିପୁନ ଙ୍କ ପରିବାର ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 + eight =