ଦିବ୍ୟାଙ୍ଗ ଝିଅକୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି

0 155

ବୌଦ୍ଧ/ବାଉଁଶୁଣୀ- ବୌଦ୍ଧ ବ୍ଲକ ଅଁଳାପାଲି ପଞ୍ଚାୟତ ସାହୁପଡା ଗ୍ରାମ ରେ ରହୁଛନ୍ତି ଦଶମୀ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଝିଅ ।ବାପା ପାଲି ବେହେରା ସେ ଜଣେ ଦିନ ମଜୁରୀଆ ଭାବେ କାମ କରି ପରିବାର ପୋଷଣ କରୁଛନ୍ତି । ଝିଅଟି ଜନ୍ମରୁ ଦିବ୍ୟାଙ୍ଗ । ସେ କେବଳ ମାସକୁ ୭୦୦ ଟଙ୍କା ପାଉଛନ୍ତି । ହେଲେ ତାଙ୍କର ରାସନ୍ କାର୍ଡ ଥିଲେ ମଧ୍ୟ ଏହି ଦିବ୍ୟାଙ୍ଗ ଝିଅ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ।ବାପା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଜିଲ୍ଲା ପ୍ରସାଶନ ପର୍ଯ୍ୟନ୍ତ ଅଭିଯୋଗ କରି ଥକି ଗଲେଣି ହେଲେ ମଧ୍ୟ କାହାରି ଦୃଷ୍ଟି ପଡ଼ୁନାହିଁ । ରାସନ ସାମଗ୍ରୀ ପାଇବା ବ୍ୟକ୍ତି ରାସନ ସାମଗ୍ରୀ ପାଉନାହାନ୍ତି ହେଲେ ନ ପାଇବା ବ୍ୟକ୍ତି ରାସନ ସାମଗ୍ରୀ ପାଉଥିବା ଗ୍ରାମ ବାସି କହୁଛନ୍ତି । ଖୁବ୍ ଶୀଘ୍ର ଏହି ଦିବ୍ୟାଙ୍ଗ ଝିଅକୁ ରାସନ ସାମଗ୍ରୀ ଦେବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

one × one =