ଆସୁଛନ୍ତି ମା’ : ଜୋରସରରେ ଚାଲିଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ

0 168

ହରଭଙ୍ଗା : ଆସୁଛନ୍ତି ଦୁର୍ଗତିନାଶିନୀ ମା’ଦୁର୍ଗା । ଆଉ ଦିନ କେଇଟା ପରେ ଧରାବରଣ କରିବେ ମା ଦଶଭୂଜା । ଆରମ୍ଭ ହୋଇଯିବ ନବରାତ୍ର ପୂଜା । ଏଥିପାଇଁ ହରଭଙ୍ଗା ବ୍ଲକ ଅଂଚଳରେ ଯଥା-ହରଭଙ୍ଗା, ଚାରିଛକ, ଆନିଗଡ, କୁଶଙ୍ଗ, ପୁରୁଣାକଟକ, ଧଳପୁର, ଲୁଣିବାହାଲା, ତିଲେଶ୍ୱର ଆଦି ପୂଜାମଣ୍ଡପ ଗୁଡିକରେ ମୂର୍ତ୍ତି ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ଯଦିଓ ମୂର୍ତ୍ତିର ଆକାରକୁ ନେଇ ଦ୍ୱନ୍ଦ୍ୱଦୂର ହୋଇନାହିଁ । ତଥାପି ଅଧିକାଂଶ ମଣ୍ଡପରେ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । କେବଳ ରଙ୍ଗ ଦେବା ବାକି । ସବୁଠି ଶିଳ୍ପୀମାନେ ବ୍ୟସ୍ତ । ଗୋଟିଏ ପଟେ ମୂର୍ତ୍ତି ନିର୍ମାଣ ଆଗେଇ ଚାଲିଥିବା ବେଳେ ପୂଜାକମିଟି ଗୁଡିକ ମନରେ କିଛି ସରାଗ ନାହିଁ । କରୋନା ପାହାରରେ ପୂଜା ମାହୋଲ ମାଡ ଖାଇଛି । ବିନା ଭକ୍ତରେ ହେବ ମାଙ୍କ ପୂଜାର୍ଚ୍ଚନା । କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗତନାଶିନୀ । ଆଡମ୍ବରଶୂନ୍ୟ ହେବ ସମସ୍ତ ଆୟୋଜନ । ପ୍ରତିବର୍ଷ ଦଶହରାର ଠିକ ପାଞ୍ଚ ଦିନ ପୂର୍ବରୁ ଅସ୍ଥାୟୀ ପୀଠ ତଥା ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଥାଏ । ମାସ ଆଗରୁ ମଣ୍ଡପର ସମ୍ମୁଖରେ ଆଖିଝଲସା ତୋରଣ ଛିଡା ହୁଏ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ । ଏଥର କୋଭିଡ ଗାଇଡଲାଇନ ଅନୁପାଳନ କରି ମାଙ୍କ ପୂଜା କରିବାକୁ କମିଟିଗୁଡିକ ପ୍ରସ୍ତୁତି ଚଳାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =