ବୌଦ୍ଧ : ହୋଇ ପାରୁନାହିଁ ଶିକ୍ଷକ ପଦୋନ୍ନତି, ଆଶାୟୀ ହତାଶ !

0 1,490

ବୌଦ୍ଧ,୧୩/୧୦ – ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ହୋଇ ପାରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି l ଲେଭେଲ୍ V (A )ରୁ V (B) କୁ ଓ ଲେଭେଲ୍ IV ରୁ ଲେଭେଲ୍ III କୁ ପଦୋନ୍ନତି ଦୀର୍ଘ ବର୍ଷ ଧରି ହେଉ ନଥିବାରୁ ପଦୋନ୍ନତି ପାଇଁ ଯୋଗ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ହତାଶ ହେଉଥିବା ଅଭିଯୋଗ ହୋଇଛି | ରାଜ୍ୟ ଗଣ ଶିକ୍ଷା ବିଭାଗ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଦୋନ୍ନତି କାର୍ଯ୍ୟ ସାରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାରେ ତାହାର କୌଣସି ପ୍ରଭାବ ପଡ଼ିନାହିଁ l ଜିଲ୍ଲାରେ କାହିଁକି ଶିକ୍ଷକ ପଦୋନ୍ନତି ହୋଇ ପାରୁନାହିଁ ସେ ସମ୍ପର୍କରେ ଜିଲ୍ଲା ଶିକ୍ଷାଧୀଶ ଗେନ୍ଦେରା କୁଜୁର୍ କୌଣସି ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇ ପାରୁନଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ହତାଶ କରୁଛି | ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଦୋନ୍ନତି ସମ୍ପର୍କରେ ଆଲୋଚନା ପାଇଁ ଗତକାଲି ପଦୋନ୍ନତି ଆଶlୟୀ କିଛି ଶିକ୍ଷକ ଆସିଥିଲେ l ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ ପାଇଁ ଲିଖିତ ଅନୁମତି ମାଗିଥିଲେ ମଧ୍ୟ ତାଙ୍କୁ ଶ୍ରୀ କୁଜୁର୍ କାର୍ଯ୍ୟାଳୟରେ ଉପସ୍ଥିତ ଥାଇ ମଧ୍ୟ ଅନୁମତି ଦେଇ ନଥିଲେ l ପରେ ଝରକାର ବାହାର ପାଖରେ ଠିଆ କରାଇ କଥା ହୋଇଥିଲେ l ପଦୋନ୍ନତି ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ପଦୋନ୍ନତି ପ୍ରକ୍ରିୟାରେ ହେଉଥିବା ବିଳମ୍ବ ପାଇଁ ଶିକ୍ଷକ ମାନଙ୍କ ଉପରେ ଓ ବିଭାଗୀୟ ନିର୍ଦ୍ଦେଶାଳୟ ଉପରେ ଦୋଷ ଲଦିଥିବା ଶୁଣିବାକୁ ମିଳେ l ନିଜ କାର୍ଯ୍ୟାଳୟର ଜଣେ କିରାଣୀଙ୍କୁ କରୋନା ହୋଇଥିବାରୁ ନିର୍ଦ୍ଦେଶାଳୟ କୁ ଯାଇ କାମ କରାଇ ହେଉନଥିବାରୁ କୁଆଡେ ଡେରି ହେଉଛି ବୋଲି କହିଥିଲେ l ନିର୍ଦ୍ଦେଶାଳୟରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିଲେ ସେ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଅପେକ୍ଷା କରିଥିବା ଶ୍ରୀ କୁଜୁର୍ କହିଥିଲେ l

hiranchal ad1
Leave A Reply

Your email address will not be published.

2 × 2 =