କଣ୍ଟାବାଞ୍ଜି,୧୪/୧୦- କଣ୍ଟାବାଞ୍ଜି ଏନଏସି ସଭାଗୃହରେ କାର୍ଯ୍ୟନିର୍ବାହୀ ଅଧିକାରୀ ସେମି ଜୟଶ୍ରୀ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସ୍ତିବାସିନ୍ଦାକୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଥମ ପର୍ଯ୍ୟାୟରେ ୧୬ଟି ୱାର୍ଡରେ ୧୫ ଜଣକୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନକରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଭୂମି ଅଧିକାର ଅଧିନିୟମ ୨୦୧୭ ଓ ନିୟମର ସର୍ତ୍ତାବଳୀ ଅନୁଯାୟୀ ସହରର ୨୩୬୧ ଲାଭାନ୍ୱିତ ହିତାଧିକାରୀକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାପାଇଁ ବିଧାୟକ ଆଶ୍ୱାସନା ଦେଇଛନ୍ତି ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏନଏସି ସ୍ୱଚ୍ଛଭାରତ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ଅମିନ କିଶୋର ସୁନା, ସିଇଓ ଜ୍ୟୋସ୍ନାମୟୀ ବାରିକ ଅଂଶଗ୍ରହଣ କରିଥିଲେ ।