ବୌଦ୍ଧ,୧୫/୧୦- ସରକାର ବିକାଶର ଡିଣ୍ଡିିମ ପିଟୁଥିବା ବେଳେ ବିକାଶର ଚିତ୍ର କିନ୍ତୁ ସଂପୂର୍ଣ୍ଣ ଅଲଗା । ଗ୍ରାମାଞ୍ଚଳରେ ଅନେକ ଗାଆଁ ରାସ୍ତା ଦୟନୀୟ ସ୍ଥିତିରେ ରହିଛି । ବର୍ଷକୁ ୫/୬ ମାସ ଯୋଗାଯୋଗ ଠପ୍ ହୋଇଯାଉଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନସ୍ ମଧ୍ୟ ପହଞ୍ଚିି ପାରୁନାହିଁ ଅର୍ଦ୍ଧାଧିକ ଗ୍ରାମରେ । ସେଭଳି ବିକାଶର ଗୋଟିଏ ନଗ୍ନଚିତ୍ର ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ୍ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତର ବିନାୟକପୁର୍ ଠାରୁ ପାଇଛାଦାଦର୍ ରାସ୍ତାରେ । ଖାଲଖମା ଓ କାଦୁଅ ପଚପଚ ପ୍ରାୟ ଏକ କିଲୋମିଟର ରାସ୍ତା ଅବସ୍ଥା ଯାହା ନ ଦେଖିଲେ ବିଶ୍ୱାସ ହେବନାହିଁ । ବିଭିନ୍ନ ଜରୁରୀ କାମରେ ଘରୁ ମୁଖ୍ୟ ରାସ୍ତା ଯାଏଁ ଆସିବା କଷ୍ଟକର ହୋଇଥାଏ । ଟିକିଏ ବର୍ଷାରେ ଘରୁ ବାହାରିବା ଅସମ୍ଭବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବ୍ଲକ୍ ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।