ବୌଦ୍ଧ,୧୫/୧୦ – ଆଜି ବୌଦ୍ଧଜିଲ୍ଲାରେ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେଲା ପଜିଟିଭ ସଂଖ୍ୟା ଅର୍ଦ୍ଧଶତକ ତଳେ ରହୁଥିବାବେଳେ ଆଜି ଅର୍ଦ୍ଧଶତକ ଡେଇଁ ଗୋଟିଏ ଦିନରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଚିନ୍ତାର ବିଷୟ ପାଲଟିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକ୍ କୁଟିଝାର ଗ୍ରାମରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ୨୧ ଚିହ୍ନଟ ହୋଇଛନ୍ତି କଣ୍ଟାମାଳ ବ୍ଲକ୍ ଜାଲପାଲି ଗ୍ରାମରୁ । ସେହିପରି ହରଭଙ୍ଗା ବ୍ଲକ୍ ଲାଣ୍ଡିବନ୍ଧ ଗ୍ରାମରୁ ୬ ଜଣ, ଆଡେଣିିଗଡ ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍ ପଲସାଗୋରା, ମନମୁଣ୍ଡା ଓ ବାଘମୁଣ୍ଡା ଗ୍ରାମରୁ ଜଣେ ଲେଖାଏଁ ଚିନ୍ହଟ ହୋଇଛନ୍ତି । ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୩ ଜଣ ଓ ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ଗ୍ରାମ ପଂଚାୟତ କମିରା ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଡିଏମଓ କହିଛନ୍ତି । ଅନ୍ୟ ଜଣେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୭୦ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୪୦୩ ଜଣ କରୋନା ପଜିଟିଭ ଚିନ୍ହଟ ହୋଇ ସାରିଲେଣି ।