ବାଟାଗୁଡ଼ା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା ରହୁନାହାନ୍ତି ଏଏନ୍ଏମ୍, ରୋଗୀ ହନ୍ତସନ୍ତ

0 172


ବାଲିଗୁଡ଼ା,୧୫/୧୦: ଅଧିକାଂଶ ସମୟରେ ତାଲା ଝୁଲୁଛି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ାରୁ ଆସିଛି ଏଭଳି ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ୫୯ନଂ ଜାତୀୟ ରାଜପଥ କଡ଼ରେ ରହିଛି ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର । ପଞ୍ଚାୟତର ପ୍ରାୟ ଛଅ (6)ହଜାର ଲୋକେ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ୫୯ନଂ ଜାତୀୟ ରାଜପଥ କଡ଼ରେ ଥାଇ ମଧ୍ୟ ଅଧିକାଂଶ ସମୟରେ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ସେଠାରେ ନିୟୋଜିତ ଏଏନ୍ଏମ୍ ସେଠାରେ ରହୁନଥିବା ସହ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହୁଛି ଏବଂ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଞ୍ଚଳରେ ଅଧିକାଂଶ ଲୋକେ ଆଦିବାସୀ ବର୍ଗର ହୋଇଥିବାବେଳେ ପ୍ରଭୁତି ମହିଳା ମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଆଶା ଦିଦିଙ୍କ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବା ଅଞ୍ଚଳବାସୀ କହିଛନ୍ତି । ସେପଟେ ଆଗରୁ ମଧ୍ୟ ଏଭଳି ଅଭିଯୋଗ ଆସିଛି,ସମ୍ପୃକ୍ତ ବର୍ତ୍ତମାନ ସେଠାରେ ରହୁଥିବା କହୁଥିଲେ । ଯଦି ପୁଣି ଏଭଳି ଅଭିଯୋଗ ହେଉଛି ମୁଁ ବୁଝିବି ବୋଲି କହିଛନ୍ତି ମେଡିକାଲ୍ ଅଧିକାରୀ ଡ଼ଃ.ଅଭିନନ୍ଦନ ।ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

nine + twelve =