ବୌଦ୍ଧ ,୧୫/୧୦-ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ହିମାଂଶୁ ଶେଖର ପ୍ରଧାନଙ୍କ ଗତକାଲି ଦିନ 10ଟା 20ମି ସମୟରେ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା । ସେ ନିଜ ଗାଁ ମୁଣ୍ଡି ପଦର ଗ୍ରାମ ପଂଚାୟତର ଜନକୀପୁରରେ ଅଵସର ସମୟ ବିତାଉଥବା ବେଳେ ଗତକାଲି ମୃତ୍ୟୁବରଣ କରିଥିଲେ ।ତାଙ୍କର ତିନି ପୁଅ ଓ ତିନି ଝିଅ ଅଛନ୍ତି । ବଡ଼ପୁଅ ସରୋଜ ପ୍ରଧାନ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ବୌଦ୍ଧ ବ୍ଲକ ର ସଭାପତି ଅଛନ୍ତି ।ଜଣେ ଆଦର୍ଶ ଓ ମିଷ୍ଟଭାଷୀ ଶିକ୍ଷକ ଭାବେ ସେ ଖୁବ ଜଣାଶୁଣା । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।