ଦାରିଙ୍ଗବାଡ଼ି: ରକ୍ଷଣା ବେକ୍ଷଣ ଅଭାବରୁ ସରକାରଙ୍କ କୋଟିଏ ରୁ ଅଧିକ ଟଙ୍କାର ସମ୍ପତି ବର୍ତ୍ତମାନ ବିପଦରେ । ୨୦୧୨/୧୩ ଆର୍ଥିକ ବର୍ଷରେ ବାଲିଗୁଡା ଆଇଟିଡିଏ ବିଭାଗ ତରଫରୁ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମବାସୀଙ୍କ ନିମନ୍ତେ ଏକ ଝୁଲା ଲୁହାଶଙ୍ଖ ୧ କୋଟି ୮୨ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା । ହେଲେ ନିର୍ମାଣ ହେବାର ୮ ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ଅଭାବରୁ ଝୁଲା ଲୁହାଶଙ୍ଖଟି ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଝୁଲା ଲୁହା ଶଙ୍ଖର ଉଭୟ ପାର୍ଶ୍ଵରେ ହୋଇଥିବା ପଥରୱାଲ ଗୁଡିକ ଧସିବା ସହ ଉଭୟ ପାର୍ଶ୍ଵର ମାଟି ଧୀରେ ଧୀରେ ଧୋଇ ହେଇଯାଇଥିବା ଦେଖିବାକୁ ମିଳିଛି । ଖାଲି ପଥର ୱାଲ ହୋଇଥିଲେ ସୁଦ୍ଧା କୌଣସି ସିମେଣ୍ଟେ କଂକ୍ରିଟ କାମ ହୋଇନଥିଲା ସେଥିଯୋଗୁଁ ପାଣିର ଗତିରେ ମାଟି ଧୋଇଯିବା ଫଳରେ ପଥର ଗୁଡ଼ିକ ଧୀରେ ଧୀରେ ପାଣି ପ୍ରଖର ଗତିରେ ଭାସି ପଳାଇଯାଉଛି । ଝୁଲା ଲୁହାଶଙ୍ଖର ଏଭଳି ଅବସ୍ଥା ଦେଖି ଡକରବାଡ଼ି ଗ୍ରାମବାସୀ ବାଲିଗୁଡା ପିଏ ଆଇଟିଡିଏ ଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ଜଣାଇଥିଲେ ସୁଦ୍ଧା ପ୍ରଶାସନିକ ସ୍ତରରେ କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରାଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ସୂଚନାପ୍ରକାରେ ଡକରବାଡ଼ି ଗ୍ରାମବସୀ ମାନେ ଗ୍ରାମକୁ ଯୋଗାଯୋଗ ପାଇଁ ସୁବିଧା ନଥିବା କାରଣରୁ ଲୁହାଶଙ୍ଖ ହେବା ପୂର୍ବରୁ ଲୋକମାନେ ନଦୀ ଉପରେ ବିଦ୍ୟୁତ ତାର ବାନ୍ଧି ତାହା ଉପରେ ବିପଦସଂକୁଳ ଅବସ୍ଥାରେ ଯିବା ଆସିବା କରୁଥିଲେ । ତେବେ ଲୋକଙ୍କ ସମସ୍ୟା କୁ ଆଖି ଆଗରେ ରଖି ତତ୍କାଳୀନ କନ୍ଧମାଳ ସାଂସଦ ରୁଦ୍ର ମାଧବ ରାୟଙ୍କ ସହଯୋଗ କ୍ରମେ ବାଲିଗୁଡା ଆଇଟିଡିଏ ର ସହାୟତା କ୍ରମେ ଏହି ନଦୀ ଉପରେ ୧ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଲୁହାପୋଲ ନିର୍ମାଣ କରାଯାଇଥିଲେ । ହେଲେ ସରକାର ଝୁଲା ଲୁହା ଶଙ୍ଖ ନିର୍ମାଣ ପାଇଁ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ରକ୍ଷଣାବେକ୍ଷଣା କରୁନଥିବା କାରଣରୁ ପୋଲଟି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବା ଦେଖିବାକୁ ମିଳିଛି । ଏଣୁ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଲୁହା ଶଙ୍ଖର ଉଭୟ ପାର୍ଶ୍ଵକୁ କଂକ୍ରିଟ ୱାଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବାଲିଗୁଡା ଆଇଟିଡିଏ ବିଭାଗ ର ପିଏ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ଖୁବଶୀଘ୍ର ସହକାରୀ ଯନ୍ତ୍ରୀ ଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବୁ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କହିଥିଲେ ।