ଆଦିବାସୀ ବିଧବା ମହିଳାଙ୍କୁ ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରାଶି ଶୀଘ୍ର ଯୋଗାଇଦେବାକୁ ଦାବି

0 65

ଖପ୍ରାଖୋଲ,୧୬/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଆଦିବାସୀ ଗରିବ ବିଧବା ମହିଳାଙ୍କୁ ସ୍ୱାମୀର ମୃତ୍ୟୁ ୧ରୁ ୩ ବର୍ଷ ପରେ ବି ବିଧବାଭତ୍ତା ଜାତୀୟ ପରିବାର ମଙ୍ଗଳ ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବିଧବା ଗୈାରୀ ବରିହାଙ୍କ ସ୍ୱାମୀ ଭଗବାନ ରକ୍ତହୀନତା ଜନିତ ରୋଗରେ ଗତ ତା ୧୯.୦୩.୧୯ ରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଭଗବାନ ପରିବାରର ଜଣେ ରୋଜଗାରିଆ ବ୍ୟକ୍ତିଥିବାରୁ ତାଙ୍କ ସ୍ତ୍ରୀ ଗୈାର ,ପୁଅ ଅନିରୁଦ୍ଧଙ୍କୁ ଧରି ବହୁ କଷ୍ଟରେ ପରିବାର ଚଳାଉଛନ୍ତି ବୋଲି ଗୈାର କହିଛନ୍ତି । ବିଧବା ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରାଶି ମିଳିବା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଠିକ୍‌ ସେହିପରି ସତ୍ୟଭାମା ବରିହାଙ୍କ ସ୍ୱାମୀ ଗୈାର ବରିହା ମଧ୍ୟ ମେଦବହୁଳତା ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ ତା ୨୮.୦୮.୨୦୧୫ରେ ମୃତ୍ୟୁବରଣ କରିଥିଲେ । ସୂଚନାଯୋଗ୍ୟ ଯେ ବିଧବା ସତ୍ୟଭାମାଙ୍କୁ ବିଧବା ଭତ୍ତା ମିଳିଥିବା ବେଳେ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ୩ ବର୍ଷ ପରେ ବି ମିଳୁନି ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ରାଶି । ଆଦିବାସୀ ବିଧବା ଗୋରୀ ଓ ସତ୍ୟଭାମା ବିପିଏଲ ପରିବାର ହୋଇଥିବା ବେଳେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆବେଦନ କରିଥିବା ପ୍ରମାଣପତ୍ରକୁ ତନଖି କରି ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × four =