ୟୁଏମଏଚୟୁ ପକ୍ଷରୁ ବିଶ୍ୱ ଖାଦ୍ୟ ଦିବସ ପାଳିତ

0 118

ସମ୍ବଲପୁର,(ହୀ.ପ୍ର) : ସମ୍ବଲପୁର ମହାନଗର ନିଗମ ୧୭ ନମ୍ବର ୱାର୍ଡର ଘୁନଘୁଟି ପଡା ଠାରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଛି । କିଶୋରୀ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ନେଇ ଏହି ପଡାର କିଶୋରୀ ବାଳିକାଙ୍କୁ ନେଇ ୟୁଏମଏଚୟୁ ପକ୍ଷରୁ ସୁସ୍ଥ ସ୍ୱାସ୍ଥ୍ୟ ଓ ନିରୋଗ ଜୀବନ ପାଇଁ ଖାଦ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରା ଯାଇଥିଲା । ୟୁଏମଏଚୟୁର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ଷଡରସ ସବୁଜ ପନିପରିବା ଓ ଘର ତିଆରି ଖାଦ୍ୟ ଉପରେ ବୁଝାଇ ବିଶେଷକରି ଫାଷ୍ଟଫୁଡ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ସଭାରେ କିଶୋରୀ ବାଳିକାଙ୍କୁ ଏଏନଏମ ନିବେଦିତା ପାଣ୍ଡେ ଓ ଆଶା ଦିଦି ରଜନୀ ରାକସ ଶପଥ ପାଠ କରାଇଥିଲେ । ଏଥିରେ ସୁହାନି ଲୁହା,ସୁଚିତ୍ରା ମହାନନ୍ଦ, ଜୟନ୍ତୀ ଦୀପ, ଜୋସିକା ଦୀପ, ଦମୟନ୍ତି ଦୀପ,ଦିଶା ଛତ୍ରି, ସିନ୍ଦୁରା ମହାନନ୍ଦ, ରଶ୍ମି ରାକସ, ରୋଶନୀ ରାକସ, ସୁସ୍ମିତା ବାଗ, ଶୋନିକା ସୁନା, କାଜଲ ଘୋଷ, ଶୋଭା ଘୋଷ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଅନିଲ ଭୋଇ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × 5 =