ବିଜେଡିର ଜନ ସଚେତନତା ଅଭିଜାନ ଓ ରକ୍ତଦାନ ଶିବିର

0 478

ବୌଦ୍ଧ /ବାଉଁଶୁଣି,୧୬/୧୦ – ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର_ଜୀବନ ବିନ୍ଦୁ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ରାଜ୍ୟ ବ୍ୟାପି ଜନ ସଚେତନତା ଅଭିଯାନ ବlଉଁଶୁଣୀ ଠାରେ ଅନୁଷ୍ଠିତ ହୋଇଯାଇଛି l ବlଉଁଶୁଣି ମେଡିକାଲ୍ ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସଚେତନତା ଶୋଭା ଯାତ୍ରା ଯାଇଥିଲା l ସେହିପରି ବlଉଁଶୁଣି ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ 88 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି l ସମସ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ବିଜେଡି ପ୍ରଯ୍ୟବେକ୍ଷକ କୃତିବାସ ପାତ୍ର ,ଜିଲ୍ଲା କୃଷକ ସେଲ ସଭାପତି ଶାନ୍ତନୁ ଥାଟି ,ଓଡ଼ିଶା ମୋ ପରିବାର ଜିଲ୍ଲା ଜିଳ୍ଲା ସାଧାରଣ ସମ୍ପାଦକ ସରୋଜ ତ୍ରିପାଠୀ ,ସୁଜିତ ମେହେର ,ବିଜୁ ଜନତା ଦଳ କଣ୍ଟାମାଳ ବ୍ଲକ ସଭାପତି ଶମ୍ଭୁ ସାହୁ ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ରେବତୀ ମହାଲିକ, ବିଜେଡି ଯୁବ ନେତା ସୁଧାଂଶୁ ଶେଖର ରଣା , ପ୍ରଶାନ୍ତ ରଣା ,ବିପିନ ପଧାନ ,ସାଂସଦ ପ୍ରତିନିଧି ଶାନ୍ତନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 + 7 =