ଦଶହରା ପାଇଁ ପ୍ରସ୍ତୁତି ବୈଠକ

0 285


ଜହ୍ନ।ପଙ୍କ,୧୭/୧୦- ବୌଦ୍ଧ ବ୍ଲକ ଜହ୍ନାପଙ୍କ ମାରୁତି ଯୁବକ ସଂଘ ପକ୍ଷରୁ ଦଶହରା ପାଇଁ ପ୍ରସ୍ତୁତି ବୈଠକ ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଶ୍ରୀ ମିଶ୍ର ବୈଠକର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଏବଂ କୋଭିଡ-19ଗାଇଡ ଲାଇନ ହିସାବରେ ଦଶହରା ପାଳିବା ପାଇଁ କହିଥିଲେ।ସମ୍ପାଦକ ଜଗଦୀଶ ବାରିକ କିପରି ଶାନ୍ତି ଶୃଙ୍ଖଳା ସହିତ ଦଶହରା ପାଳନ ହେବ ସେ ସମ୍ପର୍କରେ କହିଥିଲେ।କୋଷାଧ୍ୟକ୍ଷ ସଞ୍ଜିତ ପ୍ରଧାନ ଗତ ବର୍ଷର ଆୟ ଵ୍ୟୟ ସମ୍ପର୍କରେ କହିଥିଲେ।ଆଲୋଚନା ରେ ସହ ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, କୀର୍ତ୍ତନ ରଣା, ଗଜେନ୍ଦ୍ର ପ୍ରଧାନ, ଗର୍ଗ ବ ପ୍ରଧାନ, ବିମଲ ପ୍ରଧାନ, ବୀରେନ୍ଦ୍ର ବେହେରା ଓ ଉପଦେଷ୍ଟା ଉପେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ସଭ୍ୟ ଚତୁରୁ ପ୍ରଧାନ ଧନ୍ୟବାଦ ଦେଇଥିଲେ।

hiranchal ad1
Leave A Reply

Your email address will not be published.

two × 5 =