ସଂକ୍ରମଣ ହାର କମିବା ସହିତ ସୁସ୍ଥତାହାର ବଢିଛି: ଆଜି ନୂଆ ୪୪ଜଣ ପଜିଟିଭ ଚିହ୍ନଟ

0 97

ସମ୍ବଲପୁର :କରୋନା ସଂକ୍ରମଣ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉତ୍ତରତ୍ତର ଉନ୍ନତି ଦେଖାଯାଉଛି, କିନ୍ତୁ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ବିଲୋପ ହୋଇ ପାରିବ ଏଥିରେ ସନ୍ଦେହ ରହିଛି । ଗୋଟିଏ ପଟେ ସଂକ୍ରମଣ କମୁଛି ତ ଅନ୍ୟ ପଟେ ସୁସ୍ଥତାହାର ବଢିଚାଲିଛି, ଯାହାକି ଜନସାଧାରଣ ସହିତ ପ୍ରଶାସନ ପାଇଁ ମଧ୍ୟ ଆଶ୍ୱସ୍ତି ର ବିଷୟ । ପ୍ରାପ୍ତ ପରିସପ୍ସଖ୍‌ଯାନ ଅନୁସାରେ ବର୍ତ୍ତମାନ ଜିଲ୍ଲା ର ସୁସ୍ଥତାହାର ୯୧.୩୫ ପ୍ରତିଶତ ରହିଛି । କିନ୍ତୁ ଜିଲ୍ଲାରେ କରୋନା ଯୋଗୁଁ ମୃତ୍ୟୁହାରରେ ପରିଲକ୍ଷିତ ନିରନ୍ତର ବୃଦ୍ଧି ପୁଣି ଚିନ୍ତା ବଢାଉଛି । ନବରାତ୍ର ସହିତ ପାର୍ବଣପର୍ବ ଆରମ୍ଭ ହୋଇଯାଇଛି ଓ ଏଥିପାଇଁ ଦୋକାନ ବଜାରରେ ଜନଗହଳି ମଧ୍ୟ ବଢିବାରେ ଲାଗିଛି । ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱକାଳ ଯାଏଁ କଟକଣାରେ ରହି ଲୋକେ ଅତିଷ୍ଠ ହେଲାପରେ ବର୍ତ୍ତମାନ “ଯାହାହେବ ଦେଖାଯିବ’ ଭାବି ମାନସିକ ସ୍ତରରେ ଯେ କୌଣସି ସ୍ଥିତି ସାମନା କରିବାକୁ ରାଜି ହୋଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପରିଲକ୍ଷିତ ସ୍ଥିତିରେ ସାମାନ୍ୟତମ ଉନ୍ନତି ସେମାନଙ୍କୁ ଉତ୍ସାହିତ କରୁଛି । ଉପରିଆ ଭାବରେ ଯେତେ ଦମ୍ଭ ଦେଖାଇଲେ ସୁଦ୍ଧା ସମସ୍ତଙ୍କ ମନ ଭିତରେ କରୋନାକୁ ନେଇ ଭୟ ରହିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୭୬୦୩ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୯ଜଣ ମୃତ ଓ ୬୯୦୫ ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୬୫୯ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ଜିଲ୍ଲା କୋଭିଡ ହସ୍ପିଟାଲରେ ୧୧୦, ବୁର୍ଲା କୋଭିଡ କେୟାର କେନ୍ଦ୍ର ରେ ୧୨୦ ଓ ହୋମ ଆଇସୋଲେଶନ ରେ ୪୦୦ରୁ ଉର୍ଦ୍ଧ୍ୱ ଚିକିତ୍ସା ରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven − 5 =