ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ

0 240

ସୋନପୁର: ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟ ବ୍ରତ ବେହେରା । ବୀରମହାରାଜପୁର ବ୍ଲକ୍ ବଡଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ ନିଜର ଗାଈ ଗୁହାଳ କରିବା ପାଇଁ ବୀରମହାରାଜପୁର ବିଡିଓ ଙ୍କ ଠାରେ ଆବେଦନ କରିଥିଲେ । ବିଡିଓ ଉକ୍ତ ଆବେଦନ ପତ୍ରକୁ ସୁବଳୟା ପ୍ରାଣୀ ଚିକିତ୍ସକଙ୍କ ପାଖକୁ ପଠାଇ ଦେଇଥିଲେ । ତେବେ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ଆବଶ୍ୟକ ଯାଂଚ କରିବା ପରେ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଲକ୍ଷ୍ମଣ ମହାକୁଡ ସୋନପୁର ଜିଲ୍ଲା ଭିଜିଲାନ୍ସ ବିଭାଗ ର ଦ୍ୱାରସ୍ଥ ହୋଇଥିଲେ । ତେବେ ପୂର୍ବ ଯୋଜନା ଅନୁସାରେ ଆଜି ଲକ୍ଷ୍ମଣ ମହାକୁଡ ଟଙ୍କା ଦେଲା ବେଳେ ପ୍ରାଣୀ ଚିକିତ୍ସକ ପ୍ରିୟ ବ୍ରତ ବେହେରାଙ୍କୁ ଗିରଫ୍ କରାଯାଇଛି । ଏହି ଚଢ଼ାଉ ସମୟରେ ସୁବର୍ଣ୍ଣପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ଡିଏସ୍‌ପି ଉପସ୍ଥିତ ରହିଥିବା ବଲାଙ୍ଗୀର ଡିଏସ୍‌ପି କାଦମ୍ବିନୀ ସାମଲ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 15 =