ପାରଳାଖେମୁଣ୍ଡି,୨୨/୧୦‐ ୱେବ୍ନାଇର ମାଧ୍ୟମରେ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲାର ଯୁବଗୋଷ୍ଠୀ ଭାଗ ନେଇଥିଲେ । ପ୍ରକୃତ ସଂସଦରେ ହେଉଥିବା ତର୍କ ବିତର୍କ ସହ ସ୍ଥାନୀୟ ସମସ୍ୟାର ଉପସ୍ଥାପନା, ଜଣେ ସାଂସଦର ଭୂମିକା ଉକ୍ତ ପ୍ରତିଯୋଗୀମାନେ ଉପସ୍ଥାପନା କରିଥିଲେ । ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ଧର୍ମେନ୍ଦ୍ର ପ୍ରଧାନ; ସାଂସଦ ଅନୁଭବ ମହାନ୍ତି, ଚନ୍ଦ୍ରାଣୀ ମୂର୍ମୁ, କୋଟାଗିରି ଶ୍ରୀଧର, ରାହୁଳ ଗାନ୍ଧୀ, ଶଶୀ ଥରୁର୍ ପ୍ରମୁଖଙ୍କ ଭୂମିକାରେ ନିଜନିଜର ମନ୍ତବ୍ୟ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ରୂପେ ଭିଜିଲାନ୍ସ ଦାୟିତ୍ୱରେ ଥିବା ତଥା ଗଜପତି ଜିଲାର ପୂର୍ବତନ ପୋଲିସ ଅଧିକ୍ଷକ ସାରା ଶର୍ମା ଆଇ.ପି.ଏସ୍ , ମୁଖ୍ୟଅତିଥି ଭାବେ ବିମଳ ପ୍ରତିକ ଶାହା, ସମ୍ମାନିତ ଅତିଥି ଭାବେ ଅରୁଣ ସଚଦେବ,ଦେବଜାନୀ ସାମନ୍ତରାଏ,ଯଶରାଜ ଅହମ୍ମଦ, ଶକ୍ତିସ୍ୱରୂପ ସିଂ ଯୋଗଦାନ କରିଥିଲେ । ବିଚାରକ ମଣ୍ଡଳୀରେ ଭାଗବତ ପାଢୀ, ଅକ୍ଷୟ ନିପାନୀ ଯୋଗଦାନ କରିଥିଲେ । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା ହୋଇଥିଲା । ଅତିଥିମାନେ ଯୁବଗୋଷ୍ଠୀ ସମାଜକୁ ମୁଖ୍ୟସ୍ରୋତରେ ନେବା ସେମାନଙ୍କର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଥିରେ ବିଭିନ୍ନ ଭୂମିକାରେ ଝୁମୁରି ଭୂୟାଁ, ମୋହିନୀ ପ୍ରଧାନ, ଶ୍ରୀକାନ୍ତ ପଣ୍ଡା, କରୁଣାକର ବେର୍ଦଳାଇ, ସ୍ନେହାଶୀଷ ପାଢୀ, ରୋହିତ ପାତ୍ର, ସିମିୟନ ରାଇକା.ସୟଦ ଖଲିଦ୍ ଆବ୍ଦୁଲା, ଜଗତମୋହନ ସାହୁ ପ୍ରମୁଖ ପ୍ରତିଯୋଗୀ ଭାଗ ନେଇଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଜାତୀୟ ସ୍ତରରେ ଭାଗନେବାପାଇଁ ସୁଯୋଗ ଦିଆଯିବ । ଏହାକୁ ନେହେରୁ ଯୁବକେନ୍ଦ୍ରର ଜିଲା ସଂଯୋଜକ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ ।