କମ୍ପାନୀ ବ୍ଲାଷ୍ଟିଂ ଯୋଗୁଁ କ୍ଷତିଗ୍ରସ୍ତ ଗାଁର ପରିଦର୍ଶନ ସହ ବିଧାୟକଙ୍କ ସାହାଯ୍ୟ ପାଇଁ ପ୍ରତିଶ୍ରୁତି

0 84

ସମ୍ବଲପୁର : ସ୍ଥାନୀୟ ରେଙ୍ଗାଲି ଅଂଚଳର କିଛି ସଚେତନ ଲୋକେ ବିଧାୟକ ନାଉରୀ ଚନ୍ଦ୍ର ନାୟକଙ୍କୁ ଭେଟି ତାହାଙ୍କୁ ସେ ଅଂଚଳର ମୁଖ୍ୟ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ବିଶେଷକରି ସେଠାରେ ବର୍ତ୍ତମାନ ସକ୍ରିୟ କୋଇଲା କମ୍ପାନୀ ଏନଏଲସି ଜନବିରୋଧୀ ଆଭିମୁଖ୍ୟ ଜଣାଇ, ସେମାନେ ସ୍ଥାନୀୟ ତଲାବିରା ଓ ଖଦୁପପା ଗ୍ରାମକୁ ଯଥାଶୀଘ୍ର ବିସ୍ଥାପିତ କରାଇବା ପାଇଁ ଆଗ୍ରହ କରିଥିଲେ । ସେମାନଙ୍କ ଅଭିଯୋଗ ଶୁଣି ବିଧାୟକ ଶ୍ରୀ ନାଏକ ସେମାନଙ୍କ ସହିତ ଉକ୍ତ ଗ୍ରାମୀଣ ଅଂଚଳର ପରିଦର୍ଶନ କରି ବସ୍ତୁସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ । ସେଠାକାର ଜଟିଆ ପିପଲି ଗାଁରେ କର୍ମଜୀବି ଏକତା ସଂଗଠନ ପକ୍ଷରୁ ଉକ୍ତ କମ୍ପାନୀ ରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି ରେ ସଂଚାଳିତ ରିଲେ ଅନଶନକୁ ମଧ୍ୟ ସେ ସମର୍ଥନ ଜଣାଇଥିଲେ । ଏହି ପରିଦର୍ଶନ ସମୟରେ ବିଧାୟକ ବିଗତ ଦିନରେ ସ୍ୱର୍ଗବାସ କରିଥିବା ଅଂଚଳର ବିଶିଷ୍ଠ ସମାଜ ସେବୀ ଡ. କୁମାର ପ୍ରସାଦ ତିୱାରୀଙ୍କ ଶୋକ ସନ୍ତପ୍ତ ପରିବାରକୁ ତାଙ୍କ ତଲାବିରା ବାସଭବନକୁ ଆସି ସମବେଦନା ଜଣାଇଥିଲେ । ସେ ସେଠାରେ ଉପସ୍ଥିତ ଥିବା ତାଙ୍କର ବଡ ପୁଅ ଚୁଡାମଣି ତିୱାରୀ ଏବଂ ମଝିଆ ପୁଅ ପ୍ରେମଲାଲ ତିୱାରୀଙ୍କୁ ସମସ୍ତ ପ୍ରକାର ସହଯୋଗର ଆଶ୍ୱସନା ଦେଇଥିଲେ । ସେଠାରେ ତଲାବିରା ଗ୍ରାମ୍ୟକମିଟୀ ର ସଭ୍ୟବୃନ୍ଦ ବିଧାୟକଙ୍କୁ ଭେଟି ଆରୋପିତ କମ୍ପାନୀର ଜୁଲୁମ ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ ଏବଂ ତଲାବିରା ଗ୍ରାମକୁ ସମ୍ପୁର୍ଣ୍ଣ ରୂପେ ବିସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପାଇଁ ଦାବୀ କରିଥିଲେ । ଖଦୁପଡାବାସୀ ମଧ୍ୟ କମ୍ପାନୀ ଦ୍ୱାରା ବ୍ଲାଷ୍ଠିଂ ଯୋଗୁଁ ଘର ଭଙ୍ଗା, ଘରକୁ ଲାଗି ମାଟି ପକା ଦ୍ୱାରା ପ୍ରଦୁଷଣ ଏବଂ ଗାଁ ର ଏକ ମାତ୍ର ଜଳାଶୟ ବିଶିକଟାକୁ ପୋତିବା ବିରୋଧରେ ଅଭିଯୋଗ କରିବା ସହିତ ଦୁରାରୋଗ୍ୟରେ ପିଡିତା ଖଦୁପଡା ନିବାସୀ ଶ୍ରୀମତୀ ବିଦେସିନୀ ସାହୁଙ୍କୁ ଭେଟି ତାଙ୍କର ଚିକିତ୍ସା ଓ ଘରର କ୍ଷତିପୂରଣ ପାଇଁ ବିଧାୟକଙ୍କ ମାଧ୍ୟମରେ କମ୍ପାନୀ ପାଖରେ ଦାବୀ କରିଥିଲେ । ସେଠାରେ ବିଧାୟକ ମଧ୍ୟ ତାଙ୍କୁ ନିଜ ଆଡୁ ଆର୍ଥିକ ସହାୟତା କରିଥିଲେ ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eight − one =