ଦାରିଙ୍ଗବାଡ଼ି,୨୨/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡା ଗ୍ରାମ ପାଟଖଣ୍ଡ ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ୪୦ ଖଣ୍ଡ ପଟା ଜବତ କରିବା ସହ ଘଟଣା ସ୍ଥଳରୁ ୨ ଜଣ ପଟା କଟାଳି କୁ ଗିରଫ କରିଥିବା ନେଇ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ଗିରଫ ୨ ଜଣ ହେଲେ ପୁଇଗୁଡା ଗ୍ରାମ ଓଡ଼ିଆ ସାହିର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର । ଏହି ଦୁଇ ଜଣ ମିଶି ଜଙ୍ଗଲ ମଧ୍ୟରେ ପଟା କାଟୁଥିବା ସମୟରେ ବନ ବିଭାଗ ଏକ ବିଶେଷ ସୂତ୍ର ରୁ ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା ଙ୍କ ତତ୍ୱବଧାନ କ୍ରମେ ବନପାଳ ଜୟନ୍ତ ପ୍ରଧାନ,ପ୍ରଫୁଲ କୁମାର ଚୌଧୁରୀ,ବନରକ୍ଷୀ ଦୀପକ ରଞ୍ଜନ ପଟନାୟକ ସମେତ ଅନ୍ୟ କର୍ମଚାରୀ ଚଢ଼ାଉ କରିଥିଲେ । ଚଢ଼ାଉ କରି ୪୦ ଖଣ୍ଡ ଶାଳ ପଟା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ବନବିଭାଗ । ଏନେଇ ବନ ବିଭାଗ ମାମଲା ନଂ ୨୯/୨୦-୨୧ ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ଜବତ ପଟାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।