ବିଶ୍ୱ ବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ

0 1,667

ବୌଦ୍ଧ,୨୩/୧୦(ହୀ.ପ୍ର) – ବୌଦ୍ଧଜିଲ୍ଲା ସର୍ବପୁରାତନ ମହାବିଦ୍ୟାଳୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାପାଇଁ ସୁପରିଚିତ । ଚଳିତବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶେଷବର୍ଷ ସ୍ନାତକ ପରୀକ୍ଷା କୋଭିଡ -୧୯ ଗାଇଡଲାଇନ ଅନୁଯାୟୀ ସଂପନ୍ନ ହୋଇ ଫଳ ପ୍ରକାଶିତ ହୋଇଛି । ପ୍ରକାଶଯୋଗ୍ୟ କି ଏହି ମହାବିଦ୍ୟାଳୟ ଯାହାକି ନାକ୍ ‘ବି’ ଗ୍ରେଡ ମାନ୍ୟତାପ୍ରାପ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଜର ଗୁଣାତ୍ମକ ମାନପାଇଁ ପ୍ରଶଂସନୀୟ । ଏଠାକାର ଛାତ୍ରଛାତ୍ରୀମାନେ ସବୁବେଳେ ୧୦ଜଣଙ୍କ ମଧ୍ୟରେ ସ୍ଥାନପାଇଁ ସୁନାମ ଅର୍ଜନ କରନ୍ତି । ଚଳିତବର୍ଷ ମଧ୍ୟ ସ୍ନାତକ ପରୀକ୍ଷାରେ ଏହି ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁଶ୍ରୀ ରବିତା ମହାକୁଳ ଶିକ୍ଷାବିଭାଗରେ ୫ମ ସ୍ଥାନ, ସୁଶ୍ରୀ ରାଜେଶ୍ୱରୀ କଲତା ଇତିହାସ ବିଭାଗରେ ଷଷ୍ଠ ସ୍ଥାନ, ସୁଶ୍ରୀ ସଞ୍ଜନ ରାଜୁ ଗଣିତ ବିଭାଗରେ ନବମ ସ୍ଥାନ ଏବଂ ପ୍ରସନ୍ନ କୁମାର ପ୍ରଧାନ ପରିସଂଖ୍ୟନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ବୌଦ୍ଧଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ଏହି ଫଳ ପ୍ରକାଶିତ ହେବାପରେ ଛାତ୍ରଛାତ୍ରୀ , ଅଭିଭାବକ, ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ମହଲରେ ଖୁସିର ଲହରୀ ଖେଳିଯାଇଛି । କୃତିତ୍ୱ ଅର୍ଜନ କରିଥିବା ସମସ୍ତ ୪ଜଣ ଛାତ୍ରଛାତ୍ରୀଙ୍କୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଂଜନ ନାୟକ, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 4 =