ଆଦିବାସୀ ବିଧବା ପାଞ୍ଚ ବରିହାଙ୍କୁ କେବେ ପାଞ୍ଚିବ ପ୍ରଶାସନ

0 120

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ସୋଲବନ୍ଦ ଗ୍ରାମ ପଞ୍ଚାୟତ ର ସୋଲବନ୍ଦ ଗ୍ରାମ ର ଅତି ରୁ ଅତି ଗରିବ ୨୦ ବର୍ଷ ର ଆଦିବାସୀ ବିଧବା ମହିଳା ଶ୍ରୀମତୀ ପାଞ୍ଚ ବରିହା ଘର ନଥିବାରୁ କେତେ ଯେ କଷ୍ଟ ରେ ରହୁଛନ୍ତି ତାହା ଅବର୍ଣ୍ଣନୀୟ । ତାଙ୍କ ପରିବାର ର ରେ ମୋଟ ଆଠ ଜଣ ଅଛନ୍ତି ।ପୁଅ ବହୁ ଏକ ବିପଦପୂର୍ଣ୍ଣ ମାଟି ଘରେ ରହୁଥିବା ବେଳେ ଏକ ଅକର୍ମଣ୍ୟ ୩୦ ବର୍ଷ ର ଝିଅ ସହିତ ପାଞ୍ଚ ବରିହା ଚାରୋଟି ଖମ୍ବ ଗାଡ଼ି ପୁରୁଣା ଖପର ଛାଉଣୀ କରି ଏକ ଟେଣ୍ଟ ହାଉସ ରୁ କିଛି ଫଟା ଚାନ୍ଦୁଆ ଆଣି ଏହି ଘରେ କାନ୍ଥ କରି ବହୁ ଦୁଃଖ ରେ ରହୁଛନ୍ତି । ପାଞ୍ଚ ବରିହା ବହୁ ହେବାର ୪୦ବର୍ଷ ହେବ ଘର ନଥିବାରୁ ସବୁବେଳେ ସେ ଖରା ବର୍ଷା ଶୀତ ର ଦାରୂଣ ଦୁ୍‌ଃଖ ଯାହା କହୁଛନ୍ତି ତାହା ଭାଷାରେ ବର୍ଣ୍ଣନା କରି ହେବ ନାହିଁ । ତାଙ୍କ ନାମରେ ବା ତାଙ୍କ ପୂର୍ବ ପୁରୁଷ ନାମରେ ଜମି ନାହିଁ କେବଳ ଘର ଡିହ କିଛି ଅଛି । ଗ୍ରାମ ପଞ୍ଚାୟତ ର ସମସ୍ତଙ୍କଠାରୁ ଗରିବ କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦ ବର୍ଷ ହେଲା ସେ ନିଜେ ଦେଖି ଆସୁଛନ୍ତି ଯାହାର ଜମି ବାଡ଼ି ଅଛି, ଅଳ୍ପ ଘର ଅଛି, ସେହିମାନଙ୍କୁ ଘର ଦିଆଯାଇଛି ମୁଁ ଟଙ୍କା ଦେଇ ପାରିନଥିବାରୁ ଘର ଦେଉନଥିବା କହିଛନ୍ତି । ସରପଞ୍ଚ ଏବଂ ବର୍ତ୍ତମାନ ର ବିଡ଼ିଓଙ୍କ ପାଖକୁ ଅନେକ ଥର ଯାଇ ନିରାଶ ହୋଇ ଥିବା ପ୍ରକାଶ କରିଛନ୍ତି । ପାଞ୍ଚ ବରିହାଙ୍କୁ କେବେ ପାଞ୍ଚିବ ପ୍ରଶାସନ ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

twelve − five =