ସୋଲାର୍‌ ହ୍ୟାଣ୍ଡପଂପ୍‌ ଭୁଷୁଡିବା ଘଟଣା…. ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କ.ନୂଆଗାଁ ବି.ଡି.ଓଙ୍କୁ ଅଭିଯୋଗ ଜଣାଇଲେ ଗ୍ରାମବାସୀ

0 149

ବାଲିଗୁଡା/କ.ନୂଆଗାଁ, ୨୮/୧୦-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଅଧିନସ୍ଥ ମହାଶିଙ୍ଗୀ ପଞ୍ଚାୟତର ପୁରୁଣା ସାହିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ନବନିର୍ମିତ ୧୦୦୦୦ ଲିଟର ବିଶିିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିବା ସମୟରେ ପ୍ରକଳ୍ପଟି ଭୁଷୁଡି ପଡିବା ସହ ଟାଙ୍କି ଭାଙ୍ଗି ଚୁରମାର ହୋଇଥିବା ଦେଖିବାକୁ ମିଳିଥିଲା । ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ମହାଶିଙ୍ଗୀ ଗ୍ରାମର ପୁରୁଣା ସାହି ବାସିନ୍ଦା ମିଳିତ ଭାବେ ଆଜି ଏକ ଲିଖିତ ଅଭିଯୋଗ ପତ୍ର କ.ନୂଆଗାଁ ବି.ଡି.ଓ ମନୋଜ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଏହାଯେ ନିର୍ମାଣ କାରି ଠିକା ସଂସ୍ଥା ରାଣୀସତି ଏନର୍ଜୀ ସୋଲ୍ୟୁସନ କରୁଥିବା ନିମ୍ନ ମାନର କାମକୁ ବହୁ ପୂର୍ବରୁ ବିରୋଧ କରୁଥିବା ସତ୍ତେ୍ୱ ବିଭାଗୀୟ ଅଧିକାରୀ କୈଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଗତ ୨୪ ତାରିଖ ଦିନ ପ୍ରଥମ ଥର ପାଇଁ ସଂପୃକ୍ତ ଟାଙ୍କିରେ ପାଣି ଭର୍ତି କରାଯାଇଥିବା ବେଳେ ହଠାତ ଭାରସାମ୍ୟ ହରାଇ ପାଣିଟାଙ୍କିଟି ଭୁଷୁଡି ଯାଇଥିଲା । ଯଦ୍ୱାରା ତିନି ଜଣ ଶିଶୁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ଏଣୁ ଏହାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ତଦନ୍ତ ଏବଂ ଅବହେଳା କରିଥିବା ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଂପୃକ୍ତ ଗ୍ରାମବାସୀ ଓ ବି.ଜେ.ପି ନେତା ବିପ୍ର ପ୍ରଧାନ । ଦାବିପତ୍ର ପ୍ରଦାନ ସମୟରେ ସ୍ନେହଲତା ବେହରା ଦଳାଇ,ଜୟାନନ୍ଦ ବେହରା ଦଳାଇ, ବନ୍ଦନା ଦଣ୍ଡସେନା, କଳ୍ପନା ଖଟୁଆଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଦାବିପତ୍ରର ଅବିକଳ ନକଲ ଉପ ଜିଲ୍ଲାପାଳ ବାଲିଗୁଡା, ଜିଲ୍ଲାପାଳ କନ୍ଧମାଳ ଏବଂ ପି.ଡି ଡି.ଆର୍‌.ଡି.ଏ କନ୍ଧମାଳଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + six =