ସମ୍ବଲପୁର,
ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି ଯଥେଷ୍ଟ ଉନ୍ନତି ଦେଖାଯାଉଛି । ସମଗ୍ର ଜିଲ୍ଲା ରେ କିଛି କିଛି ସ୍ଥାନ ରେ କେଭେ କେମିତି ଗୋଟିଏ ଦୁଇଟି ନୂଆ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ସୁସ୍ଥତାହାର ଯଥେଷ୍ଟ ବଢି ଆଜି ପ୍ରାୟ ୯୫ପ୍ରତିଶତ ହୋଇଛି । ବାକି ରହିଥିବା ୫ ପ୍ରତିଶତ ମଧ୍ୟରୁ ମୃତ୍ଯୁହାର ୦.୪୧ ପ୍ରତିଶତ ଓ ସକ୍ରିୟତା ହାର ୪.୫୯ ପ୍ରତିଶତ ରହିଛି । କେବଳ ମୃତ୍ୟୁହାର ରେ ପରିଲକ୍ଷିତ ବୃଦ୍ଧି ହିଁ ଏଠାରେ ଚିନ୍ତାର କାରଣ ହୋଇ ରହିଯାଇଛି, ଅନ୍ଯଥା ବାକି ସବୁ ସ୍ଥିତି ଉନ୍ନତି ଆଡକୁ ଗତିକରୁଛି, ଯାହାକି ସନ୍ତୋଷ ର ବିଷୟ ବୋଲି କୁହାଯାଉଛି । ସବୁଠାରୁ ସନ୍ତୋଷ ର ବିଷୟ ଯେ ସମସ୍ତ କୋଭିଡ ଚିକିତ୍ସାଲୟ ରେ ଆଉ ପୂର୍ବ ପରି ଭିଡ ରହୁନାହିଁ ଓ ଅଧାରୁ ଅଧିକ ଶଯ୍ୟା ଖାଲି ପଡିରହୁଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲା ରେ ନୂଆ ପଜିଟିଭ ଭାବେ ମାତ୍ର ୨୨ ଜଣ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଆକ୍ରାନ୍ତ ଙ୍କ ସମୁଦାୟ ସ°ଖ୍ଯା ୭୯୧୧ ହେବା ସହିତ ଏମାନଙ୍କ ମଧ୍ୟରୁ ୭୪୯୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଲାଭ କରି ଘରକୁ ଫେରିଲେଣି ଓ ୩୨ଜଣଙ୍କ ମୃତ୍ୟୁ ହୋଇ ସାରିଛି । ବାକି ସକ୍ରିୟ ୩୮୫ ଜଣଙ୍କ ମଧ୍ୟରୁ ଜିଲ୍ଲା କୋଭିଡ ହସ୍ପିଟାଲରେ ୬୨, କୋଭିଡ କେୟାର ସେଣ୍ଟର ରେ ୩୯ ଓ ହୋମ ଆଇସୋଲେଶନ ରହି ୨୬୨ ଜଣଙ୍କ ଚିକିତ୍ସା ଜାରି ରହିଛି ।
Sign in
Sign in
Recover your password.
A password will be e-mailed to you.