ସମ୍ବଲପୁରରେ କରୋନା ମୃତ୍ୟୁହାର ବୃଦ୍ଧି ଚିନ୍ତା ବଢାଉଛି

0 85

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ଉନ୍ନତି ଆଡ଼କୁ ଗତି କରୁଥିବା ସତ୍ତ୍ୱେ ମୃତ୍ୟୁହାର ବୃଦ୍ଧି ଚିନ୍ତା ବଢାଉଛି । ସରକାରୀ ପରିସଂଖ୍ୟାନ ଅନୁସାରେ ଏହା ଏପର୍ଯ୍ୟନ୍ତ ୩୩ ଦର୍ଶାଯାଉଛି, କିନ୍ତୁ ଲୋକଙ୍କ ମତରେ ଏହା ୨୦୦ରୁ ଊର୍ଦ୍ଧ୍ୱକୁ ଗଲାଣି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ବାମରା ବ୍ଲକରେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କ ସହିତ ସମଗ୍ର ଜିଲ୍ଲାରେ ମୋଟ ୩ଜଣଙ୍କ ମୃତ୍ୟୁ ହୋଇଛି, ଯାହାକି ୦.୪୨ ପ୍ରତିଶତ ରହିଛି । କରୋନା ଯୋଗୁଁ ସମଗ୍ର ସମ୍ବଲପୁର ଜିଲ୍ଲା ରେ ଦୈନିକ ହାରାହାରି ୫ରୁ ୬ ଜଣଙ୍କ ମୃତ୍ୟୁ ବିଷୟରେ ଖବର ଆସୁଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କାହିଁକି କେଜାଣି କେବେ କେମିତି ଜଣକର ମୃତ୍ୟୁ ହେଉଛି କୁହାଯାଉଛି, ଯାହାକି ଗ୍ରହଣୀୟ ହୋଇ ପାରୁ ନାହିଁ । ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ପ୍ରଶାସନ ଦ୍ୱାରା ଜାରି ପରିସଂଖ୍ୟାନ ଉପରେ ହିଁ ସମସ୍ତଙ୍କୁ ନିର୍ଭର ରହିବାକୁ ପଡୁଛି । ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ୨୩ ଜଣଙ୍କୁ ନୂଆ ପଜିଟିଭ ଭାବେ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୪ ରେ ଯାଇ ପହଞ୍ଚିଛି । ଏଥିରୁ ୩୩ ଜଣଙ୍କ ମୃତ୍ୟୁ ହେଲାପରେ ୯୫.୧୮ ପ୍ରତିଶତ ଅର୍ଥାତ ୭୫୩୦ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ବାକି ସକ୍ରିୟ ୩୭୧ ଜଣଙ୍କ ମଧ୍ୟ ରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ୬୨, ବୁର୍ଲା କୋଭିଡ କେୟାର ସେଣ୍ଟରରେ ୪୩ ଓ ବିଭିନ୍ନ ହୋମ ଆଇସୋଲେଶନରେ ୨୪୩ ଜଣଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ବିଭିନ୍ନ କୋଭିଡ ଚିକିତ୍ସାଲୟରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ରାଜ୍ୟ ସରକାର ମଧ୍ୟ ସାଧାରଣ ଶଯ୍ୟାସଂଖ୍ୟା କମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଅବଶ୍ୟ ଆଇସିୟୁ ଶଯ୍ୟାସଂଖ୍ୟା ପୂର୍ବ ପରି ଅପରିବର୍ତ୍ତିତ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

20 − fourteen =