ବୌଦ୍ଧ: ଦୁର୍ଗା ମଣ୍ଡପର ଦାନବାକ୍ସରୁ ଚୋରୀ

0 1,512

ବୌଦ୍ଧ,୫/୧୧ – ଗତ ରାତିରେ ବୌଦ୍ଧସହର ମାଳିସାହି ଠାରେ ଥିବା ମା ଦୁର୍ଗାଦେବୀଙ୍କ ମଣ୍ଡପର ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୁତ୍ତ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମାଳିସାହି ଦୁର୍ଗା ମଣ୍ଡପର ଗେଟରେ ପଡିଥିବା ତାଲାକୁ ଭାଙ୍ଗି ଭିତରେ ପଶି ଦାନ ବାକ୍ସରେ ପଡିଥିବା ତାଲାକୁ ମଧ୍ୟ ଭାଙ୍ଗି କେହି ଦୁର୍ବୃତ୍ତ ସମସ୍ତ ଦାନ ଅର୍ଥ ଲୁଟି ନେଇଥିବା ସକାଳୁ ଜଣାପଡିଥିଲା । କମିଟି ସଭାପତି ଶ୍ୟାମସୁନ୍ଦର ବାରିକ ଓ ସମ୍ପାଦକ ସୁଦର୍ଶନ ନାଏକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାନ ବାକ୍ସରେ ଆନୁମାନିକ ପ୍ରାୟ ୨ ହଜାର ଟଙ୍କା ଥାଇପାରେ । ଏ ସମ୍ପର୍କରେ କମିଟି ତରଫରୁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 1 =