ବlଉଁଶୁଣି ଛକ ଶ୍ରୀ ଜଗନ୍ନାଥଙ୍କ ଦାନ ବାକ୍ସରୁ ଚୋରୀ

0 993

hiring

ବୌଦ୍ଧ /ବାଉଁଶୁଣି ,୬/୧୧- ଗତକାଲି ବୌଦ୍ଧ ସହର ମାଳିସାହି ଦୁର୍ଗା ମଣ୍ଡପର ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଦାନ ଟଂକା ଲୁଟି ନେଇଥିବା ବେଳେ ଆଜି ସକାଳୁ ବlଉଁଶୁଣି ଛକରେ ସମାନ ଘଟଣା ଦେଖିବାକୁ ମିଳିଛି l ଗତ ରାତିରେ ବlଉଁଶୁଣି ଛକ ନିକଟରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଦାନ ଟଂକା ଚୋରୀ କରି ନେଇଥିବା ଆଜି ସକାଳେ କମିଟିର କର୍ମକର୍ତ୍ତା ମାନେ ଦେଖିବାକୁ ପାଇଥିଲେ l ମନ୍ଦିର ମଧ୍ୟରେ ପ୍ରବେଶ କରି ପଡିଥିବା ତାଲାକୁ ନ ଭାଙ୍ଗି ଦାନ ବାକ୍ସର ଉପର ଲୁହା ପ୍ଲେଟକୁ ତାଡ଼ି ଦେଇ ବାକ୍ସରେ ଥିବା ସମସ୍ତ ଦାନ ଟଂକା ଲୁଟି ନିଆଯାଇଛି l ରଥଯାତ୍ରା ସମୟରୁ ଦାନ ବାକ୍ସ ଖୋଲା ଯାଇନଥିବା କମିଟିର କର୍ମକର୍ତ୍ତା କହୁଥିବା ବେଳେ ବାକ୍ସ ରେ କେତେ ଟଂକା ଥିଲା ଆନୁମାନିକ କୁହାଯାଇ ପାରୁନାହିଁ l ଏ ସମ୍ପର୍କରେ କମିଟି ତରଫରୁ ବlଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି l ବlଉଁଶୁଣି ପୋଲିସ୍ ଛକରେ ରାତ୍ରୀ ପେଟ୍ରୋଲିଂଗ ନିୟମିତ କରୁଥିବା କୁହା ଯାଉଥିବା ବେଳେ ବାରମ୍ବାର ଛକ ଓ ବଜାର ଅଂଚଳରେ ଚୋରୀ ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀ ଆତଙ୍କିତ ହୋଇ ପଡିଛନ୍ତି l ଅପର ପକ୍ଷରେ ପୋଲିସ୍ ପେଟ୍ରୋଲିଂଗ ବ୍ୟବସ୍ଥା ପ୍ରତି ବୁଦ୍ଧିଜୀବି ମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି |

hiranchal ad1
Leave A Reply

Your email address will not be published.

sixteen − eleven =