ବୌଦ୍ଧ ,୬/୧୧- କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଂଚାୟତ ବଢିଆ ମୁଣ୍ଡା ଗ୍ରାମ ଠାରୁ ବଲମ ତୁମ୍ବା ଯାଏଁ ପ୍ରାୟ 8 କିଲୋମିଟର୍ ରାସ୍ତା ବନ ବିଭାଗ ଅଧିନରେ ରହିଛି | ଗତ ସପ୍ତାହରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆସିଥିବା ଲକ୍ଷ ଲକ୍ଷ ଟଂକାର ଅନୁଦାନକୁ ଠିକାଦାର ଜରିଆରେ ମୋରମ ବିଛାଇ ବନ ବିଭାଗ ସାରି ଦେଇଛି l ଅତି ନିମ୍ନମାନର କାମ କରି ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଂକାର ଅନୁଦାନ ହଡ଼ପ କରିବାକୁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି | କଣ୍ଟାମାଲ ରେଞ୍ଜ ଅଧିକାରୀ ଓ ବରପଦର୍ ବନପାଳଙ୍କ ଜାଣତରେ ଅନ୍ୟ ବିଟରେ କାର୍ଯ୍ୟରତ ଜଣେ ମହିଳା ଫରେଷ୍ଟ ଗାର୍ଡ ଙ୍କ ସ୍ବାମୀଙ୍କ ଜରିଆରେ ଉକ୍ତ 8 କିଲୋମିଟର୍ ରାସ୍ତାରେ ମୋରମ ବିଛା କାର୍ଯ୍ୟ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | ମନରେଗା ଯୋଜନାର କାମ ଶ୍ରମିକଙ୍କ ଜରିଆରେ ହିଁ କରାଯିବାକୁ ନିୟମ ଥିଲେ ମଧ୍ୟ ଏ ରାସ୍ତା ମରାମତି କାମରେ ମୋରମ ବିଛାଇବା କାମ ମେସିନ୍ ମାଧ୍ୟମରେ କରାଯାଇଥିବା ସ୍ଥାନିୟ ଶ୍ରମିକ ମାନେ କହିଛନ୍ତି l ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି l