ବୌଦ୍ଧ,୬/୧୧- ଖରିଫ ବର୍ଷ ୨୦୨୦-୨୧ର ଖରିଫ ଧାନ ସଂଗହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶାନ୍ତନୁ କୁମାର ମିଶ୍ର, ବିଧାୟକ ବୌଦ୍ଧଙ୍କ ପ୍ରତିନିଧ ôସୀତାଂଶୁ ମହାକୁଡ,କଂଟାମାଳ ବିଧାୟକଙ୍କ ପ୍ରତିନିଧି ପ୍ରେମରାଜ ରଣା, ପ୍ରକଳ୍ପ ନିର୍ଦ୍ଦେଶକ, ଉପ-ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ନିୟନ୍ତ୍ରିତ ବଜାର କମିଟି, ବେସାମରିକଯୋଗାଣ ଅଧିକାରୀ, ଜିଲ୍ଳାକୃଷି ଅଧିକାରୀ, ସହକାରୀ ନିବନ୍ଧକ ସମବାୟ ସମିତିସମୂହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସଂପାଦକ ନିୟନ୍ତ୍ରିତ ବଜାର କମିଟି, ଚାଷୀ ଏବଂ ମିଲରଙ୍କ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବେସାମରିକ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ ଯେ ଗତ ଖରିଫ ଋତୁରେ ମୋଟ ୨୬୯୧୫ ଚାଷୀଙ୍କୁ ଧାନ ବିକ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ମାର୍ଚ୍ଚ ୩୧ ସୁଦ୍ଧା ୨୪୨୯୧ ଚାଷୀଙ୍କଠାରୁ ୧୫୪୧୯୦୪.୮୯ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ ସେମାନଙ୍କ ଧାନର ମୂଲ୍ୟ ୩ ରୁ ୪ ଦିନ ମଧ୍ୟରେ ବ୍ୟାଙ୍କଖାତାକୁ ପଠାଯାଇଥିଲା । ଚଳିତ ଖରିଫ ଋତୁ ପାଇଁ ମୋଟ ୩୪୩୫୦ ଚାଷୀ ପଂଜିକୃତ ହୋଇଛନ୍ତି । ଚାଷୀଙ୍କବ୍ୟାଙ୍କ ଆକାଉଣ୍ଟ ନମ୍ବର, ଜଳସେଚନର ଉତ୍ସ ଓ ଆପତ୍ତି ପତ୍ରର ଯାଞ୍ଚ ମୋଟାମୋଟି ଶେଷହେବା ପ୍ରକାଶ କରିଥିଲେ । ଜିଲ୍ଲାରେ ୧୦ ଏକରରୁ ଅଧିକ ଚାଷଜମି ପଂଜିକରଣ କରିଥିବା ୧୧୭୨ଜଣ ଚାଷୀଙ୍କକ୍ଷେତ୍ର ଯାଞ୍ଚ କାର୍ଯ୍ୟ ରାଜସ୍ୱ ନିରୀକ୍ଷକ, ସମବାୟ ସମିତି ସଂପାଦକ ଓ କୃଷିବିଭାଗର କର୍ମକର୍ତାଙ୍କ ଦ୍ୱାରା ଚାଲୁରହିଛି । ଉକ୍ତ ତଦନ୍ତ ରିପୋର୍ଟ ତୁରନ୍ତ ସରକାରଙ୍କୁ ପ୍ରଦାନ କଲେ ସେମାନଙ୍କ ଟୋକନ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଯେଉଁମଣ୍ଡିରେ ଧାନ କ୍ରୟ ପାଇଁ ଯାତାୟରେ ଅସୁବିଧା ହେଉଛି କିମ୍ବା ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଯାଗା ନାହିଁ ସେହିମଣ୍ଡିଗୁଡ଼ିକୁ ନିକଟସ୍ଥ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କ୍ରୟକରିବାପାଇଁ ନିଷ୍ପତି ନିଆଗଲା । ମଣ୍ଡିରେ ହେଉଥିବା କଟ୍ନିଛଟନି ଯୋଗୁଁ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବିଧାୟକ ଓ ଚାଷୀ ପ୍ରତିନିଧି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଥିପାଇଁ ଚଳିତଖରିଫ ବର୍ଷରେ ଯେପରି ସମସ୍ତଚାଷୀ ଏଫ.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ ସେଥିପାଇଁ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ବହୁଳ ପ୍ରଚାର ପ୍ରସାର କରିବାସହ ବିଭିନ୍ନ ପଂଚାୟତସ୍ତରରେ ଚାଷୀଙ୍କୁ ତାଲିମ ଦେବାପାଇଁ ନିଷ୍ପତି ନିଆଗଲା ।
ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୪୨ଗୋଟି ସମବାୟ ସମିତି ମାଧ୍ୟମରେ ୫୯ଗୋଟି ଧାନ କ୍ରୟକେନ୍ଦ୍ର ଖୋଲାଯାଇ ପଂଜିକୃତଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ନିଷ୍ପତି ନିଆଗଲା । ଚାଷୀମାନଙ୍କୁ ଧାର୍ଯ୍ୟବିକ୍ରୟ ଦିନର ୭ ଦିନ ଆଗରୁ ଟୋକନ ପ୍ରଦାନ କରାଯାଇ ଏସ୍.ଏମ୍.ଏସ୍ ଦ୍ୱାରା ଜଣାଇ ଦିଆଯିବ । ଜଣେଚାଷୀ ଦିନକୁ ୭୦ କୁଇଂଟାଲ ଧାନ ବିକ୍ରି କରିବାପାଇଁ ଧାର୍ଯ୍ୟ କରାଗଲା । ଚଳିତ ଖରିଫ ବର୍ଷରେ ଜଳସେଚିତ ଜମି ପ୍ରତି ୧୯ କୁଇଣ୍ଟାଲ ଏବଂ ଅଣଜଳସେଚିତଜମି ପ୍ରତି ୧୨ କୁଇଣ୍ଟାଲ ହିସାବରେ ବଳକା ଧାନ ସାଧାରଣ କିସମ ଏଫ.ଏ.କ୍ୟୁ ଧାନ କୁଇଂଟାଲ ପ୍ରତି ଟ.୧୮୬୮/- ଦରରେ କ୍ରୟ କରାଯିବ । ଜିଲ୍ଲାକୃଷି ଅଧିକାରୀଙ୍କ ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୧୮ ଲକ୍ଷ ୫୯ ହଜାର କୁଇଂଟାଲ ବଳକା ବିକ୍ରିଯୋଗ୍ୟ ଧାନଆକଳନ କରିଛନ୍ତି । ରାଜ୍ୟସରକାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୦ ଲକ୍ଷ ୮୦ ହଜାର କୁଇଂଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟକରିଥିବାଜିଲ୍ଲାଯୋଗାଣ ଅଧିକାରୀସୂଚନା ଦେଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟକେନ୍ଦ୍ରରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀକୁ ପାଳନ କରି ଧାନ କ୍ରୟ କରାଯିବ ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଷୟରେ ଆଲୋଚନା ପରେ ଜିଲ୍ଲାରେ ଚଳିତମାସ ୨୫ ତାରିଖରୁ ଧାନ କ୍ରୟ କରାଯିବାପାଇଁ ନିଷ୍ପତି ନିଆଗଲା । ତାହା ପୂର୍ବରୁ ଧାନ କ୍ରୟକେନ୍ଦ୍ରରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post